ଓଡ଼ିଶାରେ ପୁଣି ଲଜ୍ଜା; ଘରେ ପଶି ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ

ବ୍ରହ୍ମଗିରି : ବ୍ରହ୍ମଗିରିରେ ପୁଣି ଲଜ୍ଜା । ଗତ ସେପ୍ଟେମ୍ବର ମାସରେ ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ବେଶ୍ ହଟଚମଟ ହୋଇଥିବାବେଳେ ପୁଣି ବ୍ରହ୍ମଗିରିରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ବ୍ରହ୍ମଗିରି ଥାନା ଅଞ୍ଚଳର ସମ୍ପୃକ୍ତ ଦିବ୍ୟାଙ୍ଗ ମହିଳା ଘରେ ଏକାକୀ ଥିଲେ । ଏହାର ସୁଯୋଗ ଦେଇ ଜଣେ ଯୁବକ ଘରେ ପଶି ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରଉଚରା କରୁଛି । ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ସମୟରେ ପୀଡ଼ିତାଙ୍କ ପରିବାର ସଦସ୍ୟ ଘରେ ଅନୁପସ୍ଥିତ ଥିଲେ । ଦିବ୍ୟାଙ୍ଗ ମହିଳା ଜଣକ ଘରେ ଏକୁଟିଆ ଥିଲେ । ଏହି ସମୟରେ ଯୁବକ ଜଣକ ତାଙ୍କ ଘର ଭିତରେ ପଶି ଜୋର୍ ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା (ନଂ.୫୨୭/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୀଡ଼ିତାଙ୍କର ଡାକ୍ତରୀ ମାଇନା ପରେ ୧୮୩ ବିଏନ୍‌ଏସ୍‌ରେ ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ଅଧିକ ତଦନ୍ତ ଚାଲିଛି ବୋଲି ବ୍ରହ୍ମଗିରି ଥାନାଧିକାରୀ ବାମଦେବ ସ୍ୱାଇଁ ସୂଚନା ଦେଇଛନ୍ତି ।

Spread the love