ଆସାମରେ ୧୦.୫୬ ଲକ୍ଷ ଭୋଟରଙ୍କ ନାମ କଟିଲା
ଗୌହାଟୀ: ଆସାମରେ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଶେଷ ହୋଇଛି । ଭୋଟର ତାଲିକାରୁ ୧୦,୫୬,୨୯୧ ଜଣଙ୍କ ନାମ ବାଦ୍ ଦିଆଯାଇଛି । ନିର୍ବାଚନ କମିଶନ ସ୍ୱତନ୍ତ୍ର ସଂଶୋଧନ ନାମରେ ଆସାମରେ ଭୋଟର ତାଲିକା ଯାଞ୍ଚ୍ ପ୍ରକ୍ରିୟା ଆରମ୍ଭ କରିଥିଲେ । ଶନିବାର ପ୍ରକାଶିତ ଡ୍ରାଫ୍ଟ ତାଲିକା ଅନୁଯାୟୀ ଆସାମରେ ମୋଟ୍ ୨ କୋଟି ୫୧ ଲକ୍ଷ ୯ ହଜରା ୭୫୪ ଭୋଟର ଅଛନ୍ତି । ତେବେ ବାଦ୍ ପଡିଥିବା ଭୋଟରଙ୍କ ମଧ୍ୟରେ ୯୩,୦୨୧ରୁ ଅଧିକ ଡି ଭୋଟର ଅର୍ଥାତ ସନ୍ଦେହଜନକ ଭୋଟର ଏଥିରେ ଅନ୍ତର୍ଭୁକ୍ତ ନୁହନ୍ତି । ମୃତ୍ୟୁ, ସ୍ଥାନାନ୍ତର ଓ ନକଲି ଏଣ୍ଟ୍ରି ପାଇଁ ୧୦.୫୬ ଲୋକଙ୍କ ଭୋଟରଙ୍କୁ ତାଲିକାରୁ ହଟାଯାଇଛି । ଆସାମରେ ଏହି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ନଭେମ୍ବର ୨୨ରୁ ଡିସେମ୍ବର ୨୦ ମଧ୍ୟରେ କରାଯାଇଥିଲା। ଏହି ଅବସରରେ ଘରେ ଘରେ ଯାଇ ଯାଞ୍ଚ କରାଯାଇଥିଲା ଓ ଏହାପରେ ଡ୍ରାଫ୍ଟ ଭୋଟର ତାଲିକା ଜାରି କରାଯାଇଛି । ଜାନୁଆରୀ ୨୨ ପର୍ଯ୍ୟନ୍ତ ଭୋଟର ନିଜର ଦାବି ଓ ଆପତ୍ତି ଦାଖଲ କରିପାରିବେ । ଚୂଡାନ୍ତ ଭୋଟର ତାଲିକା ଫେବୃଆରୀ ୧୦ରେ ପ୍ରକାଶିତ ହେବ । ଉଲ୍ଲେଖଥାଉ କି, ଯେଉଁମାନଙ୍କ ନାଗରିକାତା ଉପରେ ସନ୍ଦେହ ଥାଏ, ସେମାନଙ୍କୁ ଡି- ଭୋଟର କୁହାଯାଇଥାଏ ଓ ଏମାନଙ୍କ ଉପରେ ସରକାର ସନ୍ଦେହ ପ୍ରକଟ କରିଥାନ୍ତି ଓ ଏମାନଙ୍କୁ ଭୋଟ୍ ଦେବାକୁ ଅନୁମତି ଦିଆଯାଇନାହିଁ ।
