ବନ ବିଭାଗ କର୍ମଚାରୀଙ୍କୁ କାଠ ମାଫିଆଙ୍କ ଆକ୍ରମଣ

ନୀଳଗିରି: ବନ ବିଭାଗ କର୍ମଚାରୀଙ୍କୁ କାଠ ମାଫିଆଙ୍କ ଆକ୍ରମଣ ।  ଛଡ଼ାଇ ନେଲେ କାଠ ।  ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ବେଇଆନ କାଠ ମାଫିଆଙ୍କ ଦୌରାତ୍ମ୍ୟ ।  କାଠ ଚୋରା ଚାଲାଣ ବେଳେ ଧରିଲା ନୀଳଗିରି ବନବିଭାଗ ।  ତେବେ ବନ କର୍ମଚାରୀଙ୍କୁ ଆକ୍ରମଣ କରି ଜବତ କାଠକୁ ଛଡ଼ାଇ ନେଇଥିଲେ ମାଫିଆ ।  ଗାଡ଼ିକୁ ମଧ୍ୟ ଛଡ଼ାଇ ନେଇଥିଲେ ।

କାଠ ମାଫିଆଙ୍କ ଆକ୍ରମଣରେ ବନ କର୍ମଚାରୀଙ୍କ ଗାଡ଼ି ଭାଙ୍ଗି ଯାଇଛି ।  ନୀଳଗିରି ବ୍ଲକ ଶିମିଳିହୁଡା ଅଞ୍ଚଳରେ ମୂଲ୍ୟବାନ ଶାଗୁଆନ ଗଛ କାଟି ବାହାରକୁ ଚାଲାଣ କରିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ରେଡ୍ କରିଥିଲା ନୀଳଗିରି ବନବିଭାଗ । ଶାଗୁଆନ ସହ ପିଅଶାଳ କାଠ ମଧ୍ୟ ବୋଝେଇ ହୋଇଥିଲା ।

ଗାଡିକୁ ଜବତ ବେଳେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ ମାଫିଆ ।  ଆକ୍ରମଣକରେ ସଜନାଗଡ଼ ଫରେଷ୍ଟଗାର୍ଡ ବୁଦ୍ଧିରାମ ହାଁସଦା ଆହତ ହୋଇଛନ୍ତି ।  କାଠ ମାଫିଆ ଆକ୍ରମଣ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love