ବର୍ଷ ଶେଷ ଦିନରେ ଆମିଷ ବାର ବୁଧବାର ହୋଇଥିବାରୁ ମାଛ ମାଂସର ରେକର୍ଡ ବିକ୍ରି କେତେ ଜାଣନ୍ତୁ…
ନୂଆବର୍ଷକୁ ସାରା ବିଶ୍ୱର ଲୋକ ଧୁମଧାମରେ ସ୍ୱାଗତ କରିଛନ୍ତି । ଦିଲ୍ଲୀ-ମୁମ୍ୱାଇ, କନ୍ୟାକୁମାରୀରୁ-ଉତ୍ତରାଖଣ୍ଡ, ଓଡ଼ିଶାରୁ- ଗୋଆ ଯାଏଁ ସବୁଠି ଧୁମଧାମରେ ନିଜ ନିଜ ଢଙ୍ଗରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ରାତି ୧୨ଟା ଛୁଇଁବା ପରେ ଆତସବାଜୀରେ କମ୍ପିଥିଲା ଅଞ୍ଚଳ। ଲୋକ ବାଣ ଫୁଟାଇ ୨୦୨୬କୁ ସ୍ୱାଗତ କରିଛନ୍ତି । ମଲ, ହୋଟେଲ, କ୍ଲବ, ପବ, ରେଷ୍ଟୁରାଣ୍ଟରେ ଜମିଥିଲା ଜିରୋ ନାଇଟ ସେଲିବ୍ରେସନ । ଖାଦ୍ୟ, ପେୟ ସାଙ୍ଗକୁ ନାଚଗୀତର ମଜା ନେଇ ଲୋକେ ନୂଆବର୍ଷକୁ ଉତ୍ସବ ଭଳି ପାଳନ କରିଛନ୍ତି । ଏହା କେବଳ ତାରିଖ ବଦଳିନାହିଁ । ନୂଆବର୍ଷ ସମସ୍ତଙ୍କ ପାଇଁ ଆଶାର ନୂଆକିରଣ । ୨୦୨୫ରେ ପାଇଥିବା ଦୁଃଖ, ବିଫଳତାକୁ ଭୁଲି ନୂଆ ଭାବେ ଜୀବନକୁ ଆରମ୍ଭ କରିବାର ଏକ ସୁଯୋଗ, ଏକ ଅବସର । ସେପଟେ ବର୍ଷ ଶେଷରେ ଜମିଲା ଆମିଷ ମାଡ଼। କୋଟି କୋଟି ଟଙ୍କାର ଆମିଷ ଖାଇଗଲେ ରାଜଧାନୀବାସୀ । ଡିସେମ୍ୱର ୩୧ ଆମିଷ ବାର ବୁଧବାର ପଡ଼ିଥିବାରୁ ଆମିଷପ୍ରେମୀଙ୍କୁ ବେଶ ସୁହାଇଥିଲା । ନୂଆବର୍ଷ ଆମିଷ ବାର ହୋଇନଥିବାରୁ ବିଦାୟୀ ବର୍ଷରେ ମନପୁରା ଆମିଷ ଖାଇଛନ୍ତି ଭୁବନେଶ୍ୱର ବାସିନ୍ଦା । ମାଛ, ମାଂସର ସ୍ୱାଦ ନେବାକୁ ରାଜଧାନୀବାସୀ ବର୍ଷ ଶେଷରେ ହାତଖୋଲା ଖର୍ଚ୍ଚ କରିଛନ୍ତି । ରାଜଧାନୀରେ ୨୦୨୫ ଶେଷ ଦିନରେ ୭ କୋଟି ୧ ଲକ୍ଷ ୩୦ ହଜାର ଟଙ୍କାର ଆମିଷ ବିକ୍ରି ହୋଇଛି । ବଜାରରୁ ମିଳିଥିବା ସୂଚନା ଅନୁସାରେ ମାଂସ, ଚିକେନ, ଅଣ୍ଡା ଅପେକ୍ଷା ମାଛ ଅଧିକ ବିକ୍ରି ହୋଇଛି । ମାଛ ଗୋଟିଏ ଦିନରେ ୧୨୦ ଟନ୍ ବିକ୍ରି ହୋଇ ରେକର୍ଡ କରିଛି । ସେହିପରି ମାସ ୫୨ ଟନରୁ ଅଧିକ, ଚିକେନ ୧୯୫ ଟନ୍ ଓ ଅଣ୍ଟା ୪ ହଜାର କାର୍ଟୁନି ବିକ୍ରି ହୋଇଛି ।
ଡିଏସକେ – ଖାଇଗଲେ କୋଟି କୋଟି ଟଙ୍କାର ଆମିଷ
ରାଜଧାନୀରେ ଖାସି ମାଂସ କେଜି – ୮୫୦ ଟଙ୍କା
ଖାସି ମାଂସ ବିକ୍ରି – ୫୨.୫ ଟନ୍
ମୋଟ ୨ କୋଟି ୫୨ ଲକ୍ଷ ଟଙ୍କା
—
ଚିକେନ କିଲୋ – ୨୨୦-୨୪୦ ଟଙ୍କା
ଚିକେନ ବିକ୍ରି – ୧୯୫ ଟନ୍
ମୋଟ ୨ କୋଟି ୩୫ ଲକ୍ଷ ୯୫ ହଜାର ଟଙ୍କା
—
ମାଛ କିଲୋ – ୧୫୦- ୨୦୦୦ ଟଙ୍କା
ମାଛ ବିକ୍ରି – ୧୨୦ ଟନ୍
ମୋଟ – ୧ କୋଟି ୫୭ ଲକ୍ଷ ୯୨ ହଜାର
—
ଅଣ୍ଡା ବିକ୍ରି – ୪ ହଜାର କାର୍ଟୁନ
ମୋଟ – ୫୫ ଲକ୍ଷ ୪୪ ହଜାର ଟଙ୍କା
ଭୁବନେଶ୍ୱରର ସମୁଦାୟ ଆମିଷ ବିକ୍ରି – ୭ କୋଟି ୧ ଲକ୍ଷ ୩୧ ହଜାର
—
ରାଜଧାନୀରେ ମାଛ ଦାମ
ରୋହି କେଜି- ୨୦୦- ୨୪୦ ଟଙ୍କା
ଭାକୁର କିଲୋ – ୨୦୦-୪୦୦
ଜଳଙ୍ଗ କିଲୋ- ୧୫୦- ୧୬୦
ମିରକଡି କିଲୋ – ୨୨୦-୨୪୦
ମଉରାଡି କିଲୋ – ୨୦୦-୨୫୦
ଖଙ୍ଗା କୋଲି – ୪୦୦- ୫୦୦
ଇଲିସି- ୧୦୦୦-୨୦୦୦
ଚିଙ୍ଗୁଡ଼ି- ୨୫୦-୪୦୦
ଜିଅନ୍ତା କଙ୍କଡ଼ା କିଲୋ – ୪୦୦-୬୦୦
ମଲା କଙ୍କଡ଼ା କିଲୋ – ୨୫୦
ଲୁଣି କଙ୍କଡ଼ା କିଲୋ- ୩୦୦
ଜିଅନ୍ତା ରୋହି କିଲୋ – ୨୪୦-୨୬୦
ମାଗୁର କିଲୋ – ୧୫୦
ଟାଇଗର ଚିଙ୍ଗୁଡ଼ି- ୭୦୦-୧୦୦୦
ପାମ୍ପଲେଟ୍ କିଲୋ – ୧୦୦୦-୧୫୦୦
