ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଅଟକ
ସମ୍ୱଲପୁର: ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ୭୦ ବର୍ଷର ଜଣେ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କ୍ଷେତରାଜପୁର ଥାନା ଅଧୀନ ନାବାଳିକାଙ୍କ ଘର ପାଖରେ ରହୁଥିବା ବୃଦ୍ଧ ଜଣକ ତାଙ୍କୁ ଦୁଷ୍କର୍ମ କରିଥିବା କ୍ଷେତରାଜପୁର ଆଇଆଇସି ଅନୀଲ ପ୍ରଧାନ ସୂଚନା ଦେଇଛନ୍ତି । ଶ୍ରୀ ପ୍ରଧାନଙ୍କ ସୂଚନା ଅନୁସାରେ ଶନିବାର ଅପରାହ୍ଣରେ ନାବାଳିକାଙ୍କ ବାପା ମା\’ ଘରେ ନ ଥିଲେ । ଏହାର ସୁଯୋଗ ନେଇ ସେ ଦୁଷ୍କର୍ମ କରିଥିବା ପୁଲିସ ନିକଟରେ ନାବାଳିକା ଜଣକ ବୟାନ ଦେଇଛନ୍ତି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହି ଅଭିଯୁକ୍ତକୁ ପୁଲିସ ଅଟକ ରଖିଛି ।
