ଓଡ଼ିଶାରେ ଜନଗଣନା ପାଇଁ କାଉଣ୍ଟଡାଉନ ଆରମ୍ଭ, ୨୦୨୭ ଫେବୃଆରୀ ମଧ୍ୟରେ ହେବ ଶେଷ

ଭୁବନେଶ୍ବର: ଓଡ଼ିଶାରେ ଜନଗଣନା ପାଇଁ କାଉଣ୍ଟଡାଉନ ଆରମ୍ଭ । ଏପ୍ରିଲରୁ ଆରମ୍ଭ ହେବ ଜନଗଣନା । ୨୦୨୭ ଫେବୃଆରୀ ମଧ୍ୟରେ ଶେଷ ହେବ । ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା । ଏପ୍ରିଲ ୨୦୨୬ ରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଗୃହ ତାଲିକା ଏବଂ ଗୃହ ଜନଗଣନା କରାଯିବ । ଏହି ପର୍ଯ୍ୟାୟରେ ଅଧିକାରୀମାନେ ଆପଣଙ୍କ ଘରର ବିବରଣୀ ସଂଗ୍ରହ କରିବେ। ଘର କାନ୍ଥ ଓ ଛାତ କେଉଁଥିରେ ନିର୍ମିତ ହୋଇଛି, ପାନୀୟ ଜଳର ସୁବିଧା, ଶୌଚାଳୟ, ବିଦ୍ୟୁତ୍ ଏବଂ ଘରେ ଥିବା ଆସବାବପତ୍ର ସମ୍ବନ୍ଧୀୟ ତଥ୍ୟ ନିଆଯିବ । ୨୦୨୭ ଫେବୃୟାରୀରେ ଜନସଂଖ୍ୟା ଗଣନା କରାଯିବ ।

ଏହି ସମୟରେ ପରିବାରର ପ୍ରତିଟି ସଦସ୍ୟଙ୍କ ନାମ, ବୟସ, ଶିକ୍ଷା, ବୃତ୍ତି, ଧର୍ମ ଏବଂ ଜାତି ସମ୍ପର୍କିତ ସୂଚନା ସଂଗ୍ରହ କରାଯିବ । ଏଥର କାଗଜ କଲମ ବଦଳରେ ମୋବାଇଲ ଆପ୍ ମାଧ୍ୟମରେ ସବୁ ତଥ୍ୟ ସଂଗ୍ରହ କରାଯିବ । ଏହି ଜନଗଣନାରେ ଜାତି ସମ୍ପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରାଯିବାର ସମ୍ଭାବନା ରହିଛି । ପ୍ରାୟ ୧ ଲକ୍ଷରୁ ଅଧିକ ଶିକ୍ଷକ ଏବଂ ସରକାରୀ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ । ଜନଗଣନା ନେଇ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ଜନଗଣନା ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Spread the love