ବିଜୁ ଜୟନ୍ତୀରେ ବବିଙ୍କୁ ବଡ ଉପହାର ଦେଲେ ନବୀନ

 ଆଜି ସାରାରାଜ୍ୟ ପ୍ରବାଦପୁରୁଷ  ବିଜୁ ପଟ୍ଟନାୟକଙ୍କ 104 ତମ ଜନ୍ମଦିନ ପାଳୁଛି। ଏହାସହ 20ବର୍ଷରେ ପାଦ ଥାପିଛି ବିଜେଡି ସରକାର।  ବିଜେଡି ସଫଳତାର ମୁଖ୍ୟ ପୁରୋଧା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 2000 ମସିହାରୁ ବିଜେଡି ରାଜ୍ୟରେ ଶାସନ କରିଆସୁଛି । ଏହାମଧ୍ୟରେ ବିଜେଡି ଅନେକ ପୁରୁଖା ନେତାଙ୍କୁ ହରାଇଛି। ତଥାପି ଅପରାଜେୟ ଅଛନ୍ତି ସଭାପତି ନବୀନ। ତାଙ୍କୁ ଏହି ସଫଳତା ପଛରେ ଯେତେଜଣ ରାଜନେତା ଅଛନ୍ତି ସେମାନଙ୍କ ମଧ୍ୟରୁ ଦଳର ସାଧାରଣ ସମ୍ପାଦକ ସଂଗଠନ ପ୍ରଣବ ପ୍ରକାଶ ଦାସ ହେଉଛନ୍ତି ଅନ୍ୟତମ। ଦଳପ୍ରତି ସେ କରିଥିବା ପରିଶ୍ରମର ଫଳଦେଇଛନ୍ତି ନବୀନ ପଟ୍ଟନାୟକ। 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ 2014-2019 ଓ ବିଜେପୁର ଉପନିର୍ବାଚନରେ ପ୍ରଣବଙ୍କ ଦଳ ପାଇଁ କଠିନ ପରିଶ୍ରମ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି କଥା ପ୍ରଣବଙ୍କୁ କେତେ ଖୁସି କରିଥିବ ତାହା ତାଙ୍କୁ ଜଣା।  ହେଲେ ବିଜୁ ଜୟନ୍ତୀରେ ନବୀନ ବାର୍ତ୍ତା ଦେଲେ ଯେ ଯିଏ ଦଳ ପାଇଁ ପରିଶ୍ରମ କରିବ ଓ ଆନୁଗତ୍ୟ ରଖିବ ଦଳ ତାକୁ ସେହି ସମ୍ମାନ ଦେବେ। ଖାସ ସେଥିପାଇଁ ନବୀନ ବିଜୁ ଜୟନ୍ତୀରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଦଳର ସଂଗଠନିକ ସମ୍ପାଦକ ଘୋଷଣା କରିଛନ୍ତି। ଯେତେବେଳେ ଯେଉଁ କାମ ବବିଙ୍କୁ ନବୀନ ଦିଅନ୍ତି ବବି ତାକୁ ସଫଳତା ସହ କରିଦିଅନ୍ତି । ସେ ନିର୍ବାଚନ ଦାୟିତ୍ୱ ହେଉ ଅବା ସାଙ୍ଗଠନିକ ଦାୟିତ୍ୱ ସବୁକୁ ସଠିକ ଭାବେ ସେ ତୁଲାନ୍ତି। ଯେଉଁଠି ପାଇଁ ସେ ନବୀନଙ୍କ ପ୍ରିୟପାତ୍ର । ଦଳ ପାଇଁ ପ୍ରଣବ ଘରକୁ ବି ଭୁଲିଯାଇଛନ୍ତି ଯାହାର ପୁରସ୍କାର ତାଙ୍କୁ ଆଜି ନବୀନ ଦେଇଛନ୍ତି ।

Spread the love