ଟ୍ରାଫିକ ଜରିମାନାରୁ ବର୍ତ୍ତିବାକୁ ଡ୍ରାଇଭରଙ୍କ ଅଭିନବ ଉପାୟ, ଗାଡ଼ି ନମ୍ବର ପ୍ଲେଟରେ ଗୁଡ଼ାଇ ଦେଲେ ନାଲି କପଡ଼ା
ବ୍ରହ୍ମପୁର: ଟ୍ରାଫିକ ଜରିମାନାରୁ ବର୍ତ୍ତିବାକୁ ଡ୍ରାଇଭର ମାନଙ୍କ ଅଭିନବ ଉପାୟ । ଗାଡ଼ି ନମ୍ବର ପ୍ଲେଟ ଉପରେ ନାଲି କପଡ଼ା ଗୁଡ଼ାଇ ଜରିମାନା ଫାଙ୍କିବାକୁ ଉଦ୍ୟମ କରୁଛନ୍ତି ଗାଡ଼ି ଚାଳକ । କଣ ଫନ୍ଦିଫିକର କଲେ ଜୋରିମାନା ରୁ ମୁକ୍ତି ମିଳିବ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି କିଛି ଗାଡ଼ି ଚାଳକ । ଯଦିଓ PUCC ପାଇଁ ମାର୍ଚ୍ଚ ୩୧ ଯାଏ କୋହଳ ଅଛି ମାତ୍ର, ଅନ୍ୟ ନିୟମ ଉଲଂଘନ କଲେ ଜରିମାନା ଜରୁରୀ । ଏବେବେ ଟ୍ରିପଲ ରାଇଡିଙ୍ଗ, ବିନା ହେଲମେଟରେ ଗାଡି ଚଳାଇବା, ଦ୍ରୁତ ଗତିରେ ଗାଡି ଚଳାଇଲେ ଫାଇନ ଲାଗିଥାଏ । ଏସବୁ ତ୍ରୁଟି ଫ୍ଲାଇଙ୍ଗ ସ୍କ୍ୱାଡ ଧରିଥାନ୍ତି ନଚେତ ବିଭିନ୍ନ ସ୍ଥାନରେ ଲାଗିଥିବା ସିସି ଟିଭି ଧରିଥାଏ । ଆଉ ସେଥିରୁ ମୁକୁଳିବା ପାଇଁ କିଛି ଗାଡି ଚାଳକ ଅଭିନଵ ଉପାୟ ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି ।
