ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଘରେ ଲାଗିଲା ନିଆଁ, ଘଟଣା ସ୍ଥଳରେ ୩ ଦମକଳ ଗାଡ଼ି ନିୟୋଜିତ
ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦଙ୍କ ଦିଲ୍ଲୀସ୍ଥିତ ଘରେ ଅଗ୍ନିକାଣ୍ଡ । ବୁଧବାର ସକାଳ ପ୍ରାୟ ୮ଟାରେ ଅଗ୍ନିକାଣ୍ଡ ଘଟିଥିଲା । ତାଙ୍କ ଗୋଟିଏ ରୁମରେ ଏକ ବେଡରେ ନିଆଁ ଲାଗିଥିଲା । ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳକୁ ତିନୋଟି ଦମକଳ ଗାଡ଼ି ପହଞ୍ଚିଥିଲା । ସକାଳ ପ୍ରାୟ ୮:୩୦ ସମୟରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଘଟଣାରେ କୌଣସି ହତାହତ ହେବାର ଖବର ମିଳିନାହିଁ ।
ସୂଚନା ଅନୁଯାୟୀ, ଦିଲ୍ଲୀର ଲୁଟିୟନ୍ସ ଜୋନର ମଦର କ୍ରେସେଣ୍ଟ ରୋଡରେ ଅବସ୍ଥିତ ବିଜେପି ନେତାଙ୍କ ଘର ନମ୍ବର ଦୁଇ, ୧୧ ମୂର୍ତ୍ତିରେ ଅଗ୍ନିକାଣ୍ଡ ଘଟିଛି । ସକାଳ ୮ଟା ୫ଟିରେ ଅଗ୍ନିଶମ ବିଭାଗକୁ କଲ୍ ଯାଇଥିଲା । ପରେ ଅଗ୍ନିଶମ ବାହିନୀର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି ।
ଆଜି ସକାଳେ ତାଙ୍କ ଗୋଟିଏ କୋଠରୀରେ ଏକ ବିଛଣାରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଦେଖି ଅଗ୍ନିଶମ ବାହିନୀକୁ ତୁରନ୍ତ ସୂଚିତ କରାଯାଇଥିଲା । ଅଗ୍ନିଶମ ବାହିନୀର ତିନୋଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ କିଛି ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା । କୌଣସି ଆହତ ହୋଇଥିବାର ସୂଚନା ମିଳିନାହିଁ ।
ଅଗ୍ନିଶମ ଅଧିକାରୀ ସୁରେଶ ଏମ କହିବା ମୁତାବକ, କଲ୍ ମିଳିବା ପରେ ଘଟଣା ସ୍ଥଳରେ ଆମେ ପହଞ୍ଚିଥିଲୁ । ଏକ ରୁମରେ ନିଆଁ ଲାଗିଥିଲା, ଯାହାକୁ ଏବେ ସଂପୂର୍ଣ୍ଣ ଆୟତ୍ତ କରାଯାଇଛି । ସିନିଅର ଅଧିକାରୀଙ୍କ ସୂଚନା ଦିଆଯାଇଛି । ନିଆଁ ଲାଗିବାର ସଠିକ୍ କାରଣ ଏଯାଏଁ ଜଣାପଡିନାହିଁ । କିନ୍ତୁ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।
