ବିନା ଟ୍ରାଫିକ ଜାମରେ ଯାଇପାରିବେ ବଦ୍ରିନାଥ ଧାମ, ମାରୱାଡି ବାଇପାସ୍ ପ୍ରସ୍ତୁତ
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଚାରଧାମ ଯାତ୍ରା ଏପ୍ରିଲ ମାସରୁ ଆରମ୍ଭ ହେବ । ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ରାସ୍ତା, ବିଜୁଳି, ପାନୀୟ ଜଳ ଏବଂ ସ୍ବାସ୍ଥ୍ୟ ସୁବିଧା ଆଦି ବ୍ୟବସ୍ଥା ଉପରେ କାମ ଚାଲିଛି । ୨୦୨୫ରେ ୫୦ ଲକ୍ଷ ଶ୍ରଦ୍ଧାଳୁ ଏବଂ ତୀର୍ଥ ଯାତ୍ରୀ ଉତ୍ତରାଖଣ୍ଡର ଚାରଧାମ ଯାତ୍ରା କରିଥିଲେ । ଚଳିତବର୍ଷ ଏହି ସଂଖ୍ୟା ପାର୍ ହୋଇପାରେ ବୋଲି ଅନୁମାନ କରାଯାଉଛି । ଚାରଧାମ ଯାତ୍ରାର ସବୁଠାରୁ ମୁଖ୍ୟ ହେଉଛି ରାସ୍ତା । ସବୁଠାରୁ ଅଧିକ ଶ୍ରଦ୍ଧାଳୁ ସଡ଼କ ମାର୍ଗରେ ଚାରଧାମ ଯାତ୍ରା କରନ୍ତି ।
ଲୋକ ନିର୍ମାଣ ବିଭାଗର ସଚିବ ପଙ୍କଜ କୁମାର ପାଣ୍ଡେ କହିଛନ୍ତି, ହେଲଙ୍ ମାରୱାଡି ବାଇପାସ୍ ୨୦୨୬ରେ ଯାତ୍ରା ଆରମ୍ଭ ହେବାର ସମ୍ଭାବନା ରହିଛି । ଏହି ବାଇପାସ୍ ନିର୍ମାଣ ହେବା ଯୋଗୁଁ ଯାତ୍ରୀ ସମୟରେ ବିନା କୌଣସି ଟ୍ରାଫିକ ଜାମରେ ବଦ୍ରିନାଥ, ହେମକୁଣ୍ଡ ସାହିବ ଏବଂ ଫୁଲୋ କି ଘାଟି ଯାଏଁ ଯାଇପାରିବେ । ବିଆରଓ ବାଇପାସ୍ ନିର୍ମାଣ କରୁଛି, ସବୁ କାମ ସଂପୂର୍ଣ୍ଣ ହୋଇଛି । ଏପ୍ରିଲ ଆରମ୍ଭ ହେବାକୁ ଥିବା ଯାତ୍ରା ସମୟରେ ଏହାକୁ ଚାଲୁ କରାଯିବ ।
ସେହିପରି ବଦ୍ରିନାଥ ଯିବାପାଇଁ ନୂଆ ବାଇପାସ୍ ରାସ୍ତା ନିର୍ମାଣ ସରିଛି । ତେବେ ଏଥିରେ ବଦ୍ରିନାଥ ଧାମ ଯିବାକୁ ଥିବା ଲୋକ ଯୋଶୀମଠରୁ ହେଲଙ୍ଗ ମାରୱାଡି ବାଇପାସ୍ ରାସ୍ତା ହୋଇ ଯାଇପାରିବେ । ବଦ୍ରିନାଥ ଧାମ ତରଫରୁ ଗାଡ଼ିଗୁଡିକ ଲମ୍ବା ହୋଇ ରହିଥାନ୍ତି । ଆଇ ଏହି ନୂଆ ବାଇପାସ୍ ରାସ୍ତା ଯୋଗୁଁ ସାଧାରଣ ଲୋକଙ୍କୁ ତ୍ରାହି ମିଳିବ । ମାରଓବାଡି ବାଇପାସ୍ ଯୋଗୁଁ ପ୍ରାୟ ୩୦ କିମି ଟ୍ରାଫିକ ଜାମରୁ ମୁକ୍ତି ମିଳିବ ।
ଚାରିଧାମ ଯାତ୍ରାରେ ସବୁଠାରୁ ମୁଖ୍ୟ ସମସ୍ୟା ହେଉଛି ଟ୍ରାଫିକ ସମସ୍ୟା । ପ୍ରତିବର୍ଷ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଟ୍ରାଫିକ ଜାମରୁ ବର୍ତ୍ତିବା ପାଇଁ ନୂଆ ରାସ୍ତା ଏବଂ ରୋପ ୱେ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି ।
