୩ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍, ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ

ବହ୍ମପୁର: ମର୍ମନ୍ତୁଦ ଦୁର୍ଘଟଣା ।  ୩ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍ ।  ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ।  ଛାତିଥରା ଦୁର୍ଘଟଣା ଘଟିଛି ବ୍ରହ୍ମପୁରରେ ।  ବ୍ରହ୍ମପୁର ଗୋଶାଣୀ ନୁଆଁ ଗାଁ ଓଭର ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା ।  ଭୁଲ ରାସ୍ତାରେ ଆସି ଏକ ଟ୍ରକ ୩ଟି ମୋଟରସାକେଲକୁ ସାମ୍ନା ପଟୁ ଧକ୍କା ଦେଲା ।

ଧକ୍କା ଦେବା ପରେ କିଛି ଦୂର ଘୋଷାଡ଼ି ନେଇଥିଲା ।  ଘଟଣା ସ୍ଥଳରେ ୫ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି ।

Spread the love