ବ୍ୟାଙ୍କ ଡକାୟତକୁ ଏନକାଉଣ୍ଟର, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ଆନନ୍ଦପୁର: ବ୍ୟାଙ୍କ ଡକାୟତକୁ ଏନକାଉଣ୍ଟର। କେନ୍ଦୁଝର ଜିଲ୍ଲା ବଡ଼ବିଲରେ କୁଖ୍ୟାତ ଅପରାଧୀ ସିପୁ କୁମାରକୁ ଗୁଳି । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତିରେ ସମ୍ପୃକ୍ତ ଥିବା ସିପୁ କୁମାରକୁ ଏନକାଉଣ୍ଟର ହୋଇଛି । ଟାଙ୍କୁରା ନିକଟ ଏକ ଜଙ୍ଗଲରେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଲାଇଥିଲା ।
ପୋଲିସର ପାଲଟା ଗୁଳିମାଡରେ ସିପୁ କୁମାର ଆହତ ହୋଇଛି। ଗୁରୁତର ଅବସ୍ଥାରେ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା ନିକଟରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଛି। ହତ୍ୟା, ସଶସ୍ତ୍ର ଡକାୟତି, ଚୋରି ଭଳି ମାମଲାରେ ସମ୍ପୃକ୍ତ ଥିଲା। ଓଡ଼ିଶା ସମେତ ବିହାର ଓ ଝାଡଖଣ୍ଡର ବିଭିନ୍ନ ଥାନାରେ ମାମଲା ରହିଛି ।
