ମେଲୋଡି କଳାକାରଙ୍କୁ ରାସ୍ତାରେ ଅସଦାଚରଣ ଓ ଲୁଟ୍ ପାଟ ଅଭିଯୋଗ

ଆଠଗଡ଼ : ମେଲୋଡି କଳାକାରଙ୍କୁ ରାସ୍ତାରେ ଅସଦାଚରଣ ଓ ଲୁଟ୍ ପାଟ ଅଭିଯୋଗ । ନାଚ ସାରି ଫେରିବା ବେଳେ ମେଲୋଡି କଳାକାରମାନଙ୍କୁ ମାଡ ମାରିବା ସହ ମହିଳାଙ୍କୁ ରାସ୍ତାରେ ଅଟକାଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଟଙ୍କା, ସୁନା ଚେନ ଛଡାଇନେଲେ ଦୁର୍ବୁତ୍ତ । ଏ ନେଇ ଥାନାର ଦ୍ୱାରସ୍ଥ ହେଲେ କଳାକାର । ଗତକାଲି ଯାଜପୁର ଅଞ୍ଚଳର ଏହି ମେଲୋଡି ପାର୍ଟି ତିଗିରିଆ ଥାନା ଶୁଣ୍ଠିପାଳ ଗାଁକୁ ମେଲୋଡି କରିବାକୁ ଆସିଥିଲେ। ଫେରିବା ବେଳେ ପାଳପୁଟ ଗାଁର କିଛି ଯୁବକ ବାଟରେ ଅଟକାଇ ମାଡ ମାରିବା ସହ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ତିଗିରିଆ ଥାନାରେ ହୋଇଛି ଅଭିଯୋଗ । କିଭଳି ଓ କେଉଁ ପରିସ୍ଥିତି ରେ ଏଭଳି ପରିସ୍ଥିତି ଘଟିଲା ସେ ନେଇ ତିଗିରିଆ ପୋଲିସ ପକ୍ଷରୁ ତଦନ୍ତ ଜାରି ।

Spread the love