ଗ୍ଯାସ ସିଲିଣ୍ଡରରୁ ନିଆଁ ଲାଗି ୫ଜଣ ଗୁରୁତର, ୩ ଜଣଙ୍କୁ କଟକ ସ୍ଥାନାନ୍ତର

ଆନନ୍ଦପୁର : ରୋଷେଇ ସମୟରେ ଗ୍ଯାସ ସିଲିଣ୍ଡରରୁ ନିଆଁ ଲାଗି ୫ଜଣ ଗୁରୁତର ।  କେନ୍ଦୁଘର ଜିଲ୍ଲା ଘସିପୁରା ଥାନା ଟୁକୁଣା ଗାଁରେ ଅଭାବନୀୟ ଘଟଣା ।  ଗୁରୁତରମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ଟୁକୁଣା ଗାଁର ଡଲିଆ ଦାସ ନାମକ ମହିଳା ରୋଷେଇ କରୁଥିବା ସମୟରେ ଅସାବଧାନତା ବଶତଃ ତାଙ୍କ ଶାଢ଼ୀରେ ନିଆଁ ଲାଗି ଯାଇଥିଲା ।  ତାଙ୍କୁ ବଞ୍ଚାଇବାକୁ ଯାଇ ପାଞ୍ଚ ବର୍ଷର ଶିଶୁ କନ୍ୟା ସମେତ ଅନ୍ୟ ଚାରି ଜଣ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି ।  ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି  ।  ୩ ଜଣକ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Spread the love