ଗୋଟିଏ ଦିନରେ ୧୦୩୮ ଡାକ୍ତରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର, ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଏକ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା  କରିଛନ୍ତି ରାଜ୍ୟ  ସରକାର ।  ଗୋଟିଏ ଦିନରେ ୧୦୩୮ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି।  ଲୋକସେବା ଭବନରେ ଅନୁଷ୍ଠିତ ନବନିଯୁକ୍ତ ଡାକ୍ତରମାନଙ୍କ ଇଣ୍ଡକସନ୍‌ ଟ୍ରେନିଂରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିର ଦିନଟି ସ୍ବାସ‌୍ଥ୍ୟ ସେବା କ୍ଷେତ୍ରରେ ଏକ ଐତିହାସିକ ଦିନ ବୋଲି  କହିଥିଲେ।

ଗୋଟିଏ ଦିନରେ ୧୦୩୮ ଜଣ ନିଯୁକ୍ତି ସ୍ବାସ‌୍ଥ୍ୟ ସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଏଥିସହିତ ଲୋକଙ୍କ ସେବାକୁ ନିଜର ଧର୍ମ ଭାବରେ ବିଚାର କରି କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଡାକ୍ତର ମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନୂଆ ଡାକ୍ତରଙ୍କ ମାନଙ୍କୁ ମୋ ସରକାର ସଂକଳ୍ପ ପାଠ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ସ୍ବାସ‌୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉଦବୋଧନ ଦେଇଥିଲେ।  ୫ଟି ସଚିବ ଭିକେ ପାଣ୍ଡିଆନ୍‌ ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହିତ ମୋ ସରକାରର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଡାକ୍ତର ମାନଙ୍କୁ ବୁଝାଇଥିଲେ। ନୂଆ ଡାକ୍ତରମାନେ କିଭଳି ରୋଗୀ ସେବା ଧକ୍ଷେତ୍ରରେ ଏକ ଟ୍ରାନ୍ସଫମେଟିକ୍‌ ଭୂମିକା ଗ୍ରହଣ କରିପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୮୭୧୯ଟି ଡାକ୍ତର ପଦବୀ ମଧ୍ୟରୁ ବର୍ତ୍ତମାନ ୫୪୧୪ ଜଣ ନିୟମିତ ଡାକ୍ତର କାର୍ଯ୍ୟ କରୁଛନ୍ତି। ନିକଟରେ ଓପିଏସସି ୧୪୦୩ ଜଣ ଡାକ୍ତରଙ୍କୁ ଚୟନ କରିଥିବା ବେଳେ ସେଥିମଧ୍ୟରୁ ୧୦୩୮ ଜଣ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି।

Spread the love