ମାର୍ଚ୍ଚ ୧୫ରେ  ୧୦ମ ରୁଚି ଓଡିଆ ପିଲ୍ମ ଫେୟାର ଆୱାର୍ଡ,କାଜୋଲ ଅଗ୍ରଓାଲ ଓ ଜୁନିୟର ଅମିତାଭ ବଚ୍ଚନ ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର,୦୮/୦୩: ଓଡିଶାର ଅଗ୍ରଣୀ ଇଭେଂଟ ମ୍ୟାନେଜମେଂଟ ପ୍ରତିଷ୍ଠାନ ହ୍ୱାଇଟକାନଭାସ ଓ ଓଫା ଫାଉଣ୍ଡେସନ ଆନୂକୁଲ୍ୟରେ ତଥା ଅଗ୍ରଣୀ ମସଲା ଉଦ୍ୟୋଗ ରୁଚି ସହଯୋଗରେ ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଭୁବନେଶ୍ୱରର ଜନତା ମଇଦାନଠାରେ ଓଲିଉଡରେ ସର୍ବବୃହତ ଓ ଲୋକପ୍ରିୟ ଚଳଚ୍ଚିତ୍ର ଉତ୍ସବ ରୁଚି ୧୦ମ ଓଡିଆ ଫିଲ୍ମ ଫେୟାର ଆୱାର୍ଡ ୧୯- ଅନୁଷ୍ଠିତ ହେବବୋଲି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଓଡିଆ ଫିଲ୍ମ ଫେୟାର ପ୍ରିତିଷ୍ଠାତା ଓ ଅଧ୍ୟକ୍ଷ ଉଲ୍ଲାସ ଚନ୍ଦ୍ର ବେହୁରା, ଅପାଧ୍ୟକ୍ଷ ସ୍ମୃତିଶକ୍ତି ସାମନ୍ତରାୟ ।

ହୋଟେଲ ସାଣ୍ଡିଟାୱାରରେ ଅନୁଷ୍ଠିତ ପ୍ରେସ ବିଜ୍ଞପ୍ତିରେ ଓଡିଆ ଫିଲ୍ମ ଫେୟାର ୧୦ ବର୍ଷର ଜୟଯାତ୍ରା ସମ୍ପର୍କରେ ଆକୋକପାତ କରିଥିଲେ ଆବାହର ଡ. ମନୋଜ ଦାସ । ଚଳିତ ବର୍ଷ ଏହିମ୍ସମ୍ମାନଜନକ କାର୍ଯକ୍ରମରେ ଜନବ୍ୟାପୀ ସାଧନା ପୁରସ୍କାର ପ୍ରଖ୍ୟାତ ଅଭିନେତା ଅଜିତ ଦାଶଙ୍କୁ ସମ୍ମାନିତ କରାଯିବ ବୋଲି ପ୍ରକାଶ କରିଥିଲେ ଓଫାର ମୁଖ୍ୟ ଉପଦେଷ୍ଟା ବାପୁଲଙ୍କେ।। ଚଳିତବର୍ଷ ୨୬ଟି ଭିନ୍ନ ଭିନ୍ନ ବିଭାଗରେ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ଓଫାର ମିଡିଆ ସଂଯୋଜକ ସ୍ୱର୍ଗତ ରବି ସ୍ୱାଇଁଙ୍କ ସ୍ମୃତିରେ ରବି ସ୍ୱାଇଁ ସ୍ମାରକୀ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ନିର୍ଦ୍ଦେଶକ ଚିଂଟୁ ମିଶ୍ର । ଏହି ପ୍ରେସ ବିଜ୍ଞପ୍ତିରେ ରୁଚି ମସଲାର ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ପ୍ରକାଶ କରିଥିଲେ ଯେ, ଚଳିତବର୍ଷ ବଲିଓଡର ଚୁଲବୁଲି ଅଭିନେତ୍ରୀ କାଜଲ ଓ ଜୁନିଅୟ ଅମିତାଭ ବଚ୍ଚନ ମୁଖ୍ୟ ଆକର୍ଷଣ ଭାବେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିବେ । ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ ପ୍ରକାଶ କରିଥିଲେ ଯେ, ପ୍ରଥମ ଥର ପାଇଁ ରୁଚି ରୁଚି ପକ୍ଷରୁ ଫିଲ୍ମ ଫେୟାର ମଂଚରେ ଦର୍ଶକମାନଙ୍କ ପାଇଁ ସିଧାସଳଖ ଅର୍ଥରାଶି ପୁରଷ୍କାର ବ୍ୟବସ୍ଥା କରାଯଇଛିା ଉପସ୍ଥିତ ଦର୍ଶକମାନେ ଜୁନିୟର ବିଗବିଙ୍କ ସହ କୁଇଜ କାର୍ଯକ୍ରମରେ ସାମିଲ ହୋଇ ୨୦,୦୦୦, ୧୫,୦୦୦ ଓ ୧୦,୦୦୦ ନଗଦ ରାଶି ଜିତିପାରିବେ ।

ଓଫା କାର୍ଯ୍ୟ କ୍ରମରେ କର୍କଟ ପୀଡିତ ଶିଶୁମାନଙ୍କୁ ଚଳିତବର୍ଷ ମଧ୍ୟ ଅର୍ଥରାଶି ପ୍ରଦାନ କରିବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ ‘ମାଲ ମହୁ ଜୀବନ ମାଟି ‘ରେ ଅଂଶଗ୍ରହଣ କରିଥିବା ସୁପର ୩୦ ଟିମର ଦିବ୍ୟାଙ୍ଗମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ ଓଫାର ନିର୍ଦ୍ଦେଶକ ସୌମ୍ୟଜିତ ପରିଡା, ଜ୍ଞାନରଂଜନ ରାୟା ଏବଂ ଅମୃତରଂଜନ ଦାସ ।

ଚଳିତବର୍ଷ ଓଲିଉଡର ବିଭିନ୍ନ ନୃତ୍ୟାନୁଷ୍ଠାନ ଓ କମେଡିଆନ ସାଂସ୍କୃତିକ ରାର୍ଯକ୍ରମ ପରିବେଶଣ କରିବୋ ୮୦୦୦ଦର୍ଶକମାନଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଥିବା ବେଳେ ପାସ  ମାଗଣାରେ ଭିଭିନ୍ନ ସ୍ଥାନରେ ଉପଲବ୍ଧ।  ୧୦ମ ସଂସ୍କରଣକୁ ବେଶ ଚିତାକର୍ଷକ ଓ ରଙ୍ଗାରଙ୍ଗ କରାଯିବ ବୋଲି ପ୍ରକାଶ କରିଥିଲେ ଉପଦେଷ୍ଟା ପ୍ରଶାନ୍ତ ମହାନ୍ତି, ଅଜୟ ନାୟକ, ଉତ୍କଳକେଶରୀ ସିଂହ, ପ୍ରଦୀପ ସାହୁ, ସୌମ୍ୟନ୍ଦ୍ର ନାୟକ, ଶୁଭେନ୍ଦୁ ଦାଶ ।  କାର୍ଯକ୍ରମକୁ ପରିଚାଳନା କରିଥିଲେ କାର୍ଯକାରୀ ସଦସ୍ୟ ଅସିତ୍ ସାମଲ, ପତିତପାବନ ପଣ୍ଡା, ସନ୍ତୋଷ କୁମାର ନାୟକ ।

Spread the love