ବିଶ୍ବ ବିଚ୍ ଭଲିବଲ ଚାମ୍ପିଅନସିପ୍ ଉଦ୍ ଯାପିତ, ପୁରୁଷ ବର୍ଗରେ ଚେକ ରିପବ୍ଲିକକୁ ହରାଇ ବେଲଜିୟମ ଚାମ୍ପିଅନ

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ବିଶ୍ବ ବିଚ୍ ଭଲିବଲ ଚାମ୍ପିଅନସିପ୍ ଉଦଯାପିତ ହୋଇଛି। ପୁରୁଷ ବର୍ଗରେ ବେଲଜିୟ ଓ ମହିଳା ବର୍ଗରେ ଆମେରିକା ଚାମ୍ପିଅନ ହୋଇଛି । ପୁରୁଷ ବର୍ଗ ଫାଇନାଲରେ ବେଲଜିୟମର ଭେରକାଉଟେରେନ ଓ ଭାନ ଲାଙ୍ଗେନଡୋନକଙ୍କ ଯୋଡ଼ି ୨-୦ ସେଟରେ ଚେକ ରିପବ୍ଲିକର ସେପକା ଓ ଜାଭୋରୋନୋକ ଯୋଡ଼ିକୁ ହରାଇଥିଲେ। ବେଲଜିୟମ ଯୋଡ଼ି ୨୧-୧୦ ଓ ୨୨-୨୦ରେ ମ୍ୟାଚ୍ ଜିତି ସ୍ବର୍ଣ୍ଣପଦକ ହାସଲ କରିଥିଲେ।   ମହିଳା ବର୍ଗରେ ଜାପାନର ଶିବା ଓ ରେଇକାଙ୍କୁ ହରାଇ ଚାମ୍ପିଅନ ହୋଇଛନ୍ତି ଆମେରିକାର ଦୁରିଶ ଓ କୋଇଙ୍ଗ। ଆମେରିକା ଯୋଡ଼ି ୨୧-୧୮ ଓ ୨୦-୧୬ରେ ମ୍ୟାଚ୍ ଜିତି ସ୍ବର୍ଣ୍ଣପଦକ ଜିତିଥିଲେ। ସେପଟେ ମହିଳା ବର୍ଗରେ ଆମେରିକାର ହ୍ୟୁଗେସ ଓ ବେଟେନହୋର୍ଷ୍ଟ ବ୍ରୋଞ୍ଜ ପଦକ ଜିତି ଥିବାବେଳେ ପୁରୁଷ ବର୍ଗରେ ଇସ୍ରାଏଲର ଏଲଜାର ଓ କୁଜମିସିଓଭ ବ୍ରୋଞ୍ଜ ପଦକ ଜିତିଛନ୍ତି।

ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, FIVBର ଷ୍ଟ୍ରାଟେଜିକ୍ କାଉନସିଲ୍ ବୋର୍ଡ ସଦସ୍ୟ, ଭାରତୀୟ ଭଲିବଲ୍ ଫେଡେରେସନର ମୁଖ୍ୟ ପୃଷ୍ଠପୋଷକ ଏବଂ ଓଡ଼ିଶା ଭଲିବଲ୍ ଆସୋସିଏସନର ସଭାପତିଙ୍କ ସ୍ୱାଗତ ଭାଷଣ ସହିତ ସମାପନ ସମାରୋହ ଆରମ୍ଭ ହୋଇଥିଲା। ଡ. ଅଚ୍ୟୁତ ସାମନ୍ତ ବିଜୟୀ ଦଳଗୁଡ଼ିକୁ ଅଭିନନ୍ଦନ ଜଣାଇଥିଲେ। ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ତାଙ୍କ ବାର୍ତ୍ତା ରଖିଥିଲେ। କେନ୍ଦ୍ର ସରକାରଙ୍କ ଶ୍ରମ ତଥା ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡାଭିୟେ ମଧ୍ୟ ଭିଡ଼ିଓ ଜରିଆରେ ବାର୍ତ୍ତା ପ୍ରଦାନ କରିଥିଲେ । ଅନ୍ତର୍ଜାତୀୟ ଇଭେଣ୍ଟର ସଫଳ ପରିଚାଳନା ପାଇଁ ଆୟୋଜକ ଏବଂ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ । ଏହାପରେ ବିଶିଷ୍ଟ ବ୍ୟକ୍ତିମାନେ ବିଜେତା ଦଳଗୁଡ଼ିକୁ ପଦକ ପ୍ରଦାନ କରିଥିଲେ । କିଟ୍ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର ଡ. ଶରଣଜିତ ସିଂହଙ୍କ ଧନ୍ୟବାଦ ପ୍ରସ୍ତାବ ସହିତ ସମାରୋହ ଶେଷ ହୋଇଥିଲା । ଖେଳାଳି ଏବଂ ଅଧିକାରୀମାନେ କିଟ୍ ବିଶ୍ୱବିଦ୍ୟାଳୟର ଉତ୍କୃଷ୍ଟ ଆତିଥ୍ୟ, ରହିବା, ଖାଦ୍ୟ ବ୍ୟବସ୍ଥା ସହ କିଟ୍ ର ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ । କିଟ୍ ରେ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହୋଇଥିଲା ବିଶ୍ବ ବିଚ୍ ଭଲିବଲ ଚାମ୍ପିଅନସିପ୍ । ଏଥିରେ ୫୦ରୁ ଅଧିକ ଦେଶର ଖେଳାଳି ଓ ଅଫିସିଆଲ ଯୋଗ ଦେଇଥିଲେ । ସେମାନେ ଏବେ ଓଡ଼ିଶାରୁ ଏକ ସୁନ୍ଦର ଅନୁଭୂତି ନେଇ ଫେରିବେ ।

Spread the love

Leave a Reply

Your email address will not be published. Required fields are marked *