ବନଖଣ୍ଡର ବିଭିନ୍ନ ରେଞ୍ଜର ଜଙ୍ଗଲରେ ଲାଗିଛି ନିଆଁ, କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ

ରେଢାଖୋଲ: ଜଳୁଛି ଜଙ୍ଗଲ। ରେଢାଖୋଲ ବନଖଣ୍ଡର ବିଭିନ୍ନ ରେଞ୍ଜର ଜଙ୍ଗଲରେ ଲାଗିଛି ନିଆଁ । ହୁ ହୁ ହୋଇ ଜଳୁଛି ଜଙ୍ଗଲ । କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡ ଯୋଗୁ ବହୁ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି । ଜୀବଜନ୍ତୁ ମଧ୍ଯ ଅକାରଣେ ମୃତ୍ଯୁବରଣ କରୁଛନ୍ତି । ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର,ଚାରମାଳ,ବଡମାଳରେଞ୍ଜ,ନାକଟିଦେଉଳ, ବଡବାହାଳ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଲାଗିଛି ନିଆଁ । ପ୍ରକୋପ ଏତେ ଜୋରରେ ଥିଲା ଯେ ବନବିଭାଗ ଆୟତ୍ତ କରିବାକୁ ନାକେଦମ ହୋଇପଡିଥିଲା । ଖରାଦିନ ଆସିନଥିବାବେଳେ ଏବେଠୁ ଜଙ୍ଗଲ ନିଆଁ ଚିନ୍ତାର କାରଣ ପାଲଟିଛି ।

ଗତକାଲି ସେହିଭଳି, ଗ୍ରୀଷ୍ମ ଋତୁ ଆରମ୍ଭ ନହେଉଣୁ ଡରାଇଲାଣି ଜଙ୍ଗଲ ନିଆଁ ଭୟ ।  ନିଆଁ ଆୟତ୍ତ କରିବା ପାଇଁ ନାକେଦମ ହେଲେଣି ବନବିଭାଗ କର୍ମଚାରୀ ।  ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଅଧିନ ଟାକରା ଫରେଷ୍ଟ ସେକ୍ସନର ବିଭିନ୍ନ ସ୍ଥାନରେ ହୁତୁହୁତୁ ହୋଇ ଜଳୁଛି ନିଆଁ । ଦିନରାତି ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରି ନିଆଁ ଆୟତ୍ତ କରିବାରେ ଲାଗି ପଡିଛନ୍ତି ସ୍ଥାନୀୟ ବନ କର୍ମଚାରୀ ।  ଏହାସହ ଗାଁକୁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ନିଜର ଉଦ୍ୟମ ଜାରି ରଖିଛନ୍ତି ଟାକରା ବନପାଳ ରାକେଶ କୁମାର ସାହୁ ।

Spread the love

Leave a Reply

Your email address will not be published. Required fields are marked *