ପ୍ରତିଶୋଧ ନେଲା ଇରାନ, ୨୦ ପ୍ରତିଶତ ବିଶ୍ୱ ଗ୍ୟାସ୍ ଯୋଗାଣ ଠପ୍

ନୂଆଦିଲ୍ଲୀ: ପ୍ରତିଶୋଧ ନେଲା ଇରାନ। ୨୦ ପ୍ରତିଶତ ବିଶ୍ୱ ଗ୍ୟାସ୍ ଯୋଗାଣ ଠପ୍। ଉପସାଗରୀୟ ଦେଶଗୁଡ଼ିକ ଉପରେ ଭୟଙ୍କର ମିସାଇଲ ମାଡ଼ କରୁଛି ଇରାନ । ବିଶ୍ୱର ସବୁଠାରୁ ବଡ଼ ଗ୍ୟାସ୍ ପ୍ଲାଣ୍ଟରେ ନିଆଁ । କାତାର, ସାଉଦି ଏବଂ କୁଏତର ତୈଳ ଓ ଗ୍ୟାସ୍ ଭଣ୍ଡାରକୁ ଟାର୍ଗେଟ୍ କଲା ଇରାନ। ଧ୍ବଂସମୁହଁରେ କାତାରର ‘ରାସ୍ ଲାଫାନ୍’ । ଇରାନର ଶକ୍ତିଶାଳୀ ବାଲିଷ୍ଟିକ ମିସାଇଲ କାତାରର ‘ରାସ୍ ଲାଫାନ୍’ ଶିଳ୍ପାଞ୍ଚଳ ଉପରେ ପଡ଼ିଛି । ଏହା ବିଶ୍ୱର ସବୁଠାରୁ ବଡ଼ ପ୍ରାକୃତିକ ଗ୍ୟାସ୍ (LNG) ରପ୍ତାନି କେନ୍ଦ୍ର । ଆକ୍ରମଣ ଯୋଗୁଁ ସେଠାରେ ଭୟଙ୍କର ଭାବେ ନିଆଁ ଲାଗିଯାଇଛି ।

ଗ୍ୟାସ୍ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କାତାର ଏହାକୁ ନିଜର ସୁରକ୍ଷା ପ୍ରତି ବଡ଼ ବିପଦ କହି ଇରାନର ସାମରିକ ଅଧିକାରୀମାନଙ୍କୁ ଦେଶରୁ ବାହାର କରିଦେଇଛି। ବିଶ୍ୱର ପ୍ରାୟ ୨୦ ପ୍ରତିଶତ ଗ୍ୟାସ୍ ଯୋଗାଣ କାତାରର ଏହି ପ୍ଲାଣ୍ଟରୁ ହୋଇଥାଏ । ଏହା ବନ୍ଦ ହେବା ଫଳରେ ସାରା ବିଶ୍ୱରେ ଗ୍ୟାସ୍ ଦର ସବୁ ରେକର୍ଡ ଭାଙ୍ଗିଛି ଏବଂ ଅଶୋଧିତ ତୈଳ ଦର ମଧ୍ୟ ୬ ପ୍ରତିଶତ ବଢ଼ିଯାଇଛି । ଏହା ଦ୍ୱାରା ଭାରତ ସମେତ ଅନେକ ଦେଶରେ ବିଦ୍ୟୁତ୍ ଓ ଗ୍ୟାସ୍ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି । ଅନ୍ୟ ଦେଶଗୁଡ଼ିକ ଉପରେ ବି ଆକ୍ରମଣ ଜାରି ରଖିଛି ଇରାନ । ପୂରା ଉପସାଗରୀୟ ଅଞ୍ଚଳକୁ ଯୁଦ୍ଧ ଭିତରକୁ ଟାଣିଛି ଇରାନ । ଆବୁଧାବି ନିକଟରେ ଥିବା ‘ଅଲ୍ ହୋସନ୍’ ଗ୍ୟାସ୍ ଫିଲ୍ଡ ଉପରେ ଡ୍ରୋନ୍ ଓ ମିସାଇଲ ମାଡ଼ ହୋଇଛି ।

ମିନା ଅବଦୁଲ୍ଲା ତୈଳ ବିଶୋଧନାଗାରରେ ଆକ୍ରମଣ ଯୋଗୁଁ ନିଆଁ ଲାଗିଛି। ସାଉଦି ଆରବରେ ରିୟାଦ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ତୈଳ କେନ୍ଦ୍ରଗୁଡ଼ିକ ଉପରକୁ ଇରାନ ମିସାଇଲ ମାଡ଼ କରିଛି। ଇରାନର ଜାତୀୟ ସୁରକ୍ଷା ମୁଖ୍ୟ ଅଲି ଲାରିଜାନୀଙ୍କୁ ଇସ୍ରାଏଲ ହତ୍ୟା କରିବା ପରେ ଇରାନ ପ୍ରତିଶୋଧ ପାଇଁ ପାଗଳ ହୋଇଉଠିଛି। ଇରାନର ସୁପ୍ରିମ ଲିଡର ମୋଜତାବା ଖାମେନେଇ କହିଛନ୍ତି, ପ୍ରତି ବୁନ୍ଦା ରକ୍ତର ମୂଲ୍ୟ ଦେବାକୁ ପଡ଼ିବ।

Spread the love

Leave a Reply

Your email address will not be published. Required fields are marked *