କେତେ ମୁଣ୍ଡ ଗଡିଲେ ଚେତିବେ ବାଗୁଡିବାସୀ

ସୋର, ୧୨/୦୩: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ର ବାଗୁଡି ଗ୍ରାମ ଶିକ୍ଷା, ବାଣିଜ୍ୟ ଓ ଯୋଗାଯୋଗ କ୍ଷେତ୍ରରେ ବେଶ ଅଗ୍ରଣୀ। ବାଗୁଡି ଅଞ୍ଚଳ ଶିକ୍ଷାର ହବ୍ କହିଲେ କିଛି ଭୁଲ ହେବନାହିଁ। ଏଠାରେ ପ୍ରାଥମିକ ସ୍କୁଲ ଠାରୁ ହାଇସ୍କୁଲ, ସିଟି ସ୍କୁଲ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜବାହର ନବୋଦୟ ବିଦ୍ୟାଳୟ ବାଗୁଡିକୁ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ଦେଇଛି। ସେହିପରି ବାଗୁଡି ପାହାଡ ଏଠାକାର ଲୋକଙ୍କ ପାଇଁ ଜୀବନ ଓ ଜୀବିକା । ବାଣିଜ୍ୟ ପାଇଁ କେବଳ ବାଗୁଡି ନୁହେଁ ନିକଟସ୍ଥ ମହୁମୁହାଣ, କାଳନ୍ଦୀପାଟଣା, ଗୋବିନ୍ଦପୁର, ଆଙ୍ଗୁଳା ଏମିତି ଅନେକ ଗ୍ରାମ ଏହି ପାହାଡ ଉପରେ ନିର୍ଭର କରିଥାନ୍ତି।

ଏହି ସବୁ ଅଞ୍ଚଳ ଆର୍ଥିକ ସ୍ତରରେ ବେସ ସ୍ୱଚ୍ଛଳ ହୋଇଥିଲେ ମଧ୍ୟ 90 ପ୍ରତିଶତ ଲୋକ ଆଦୌ ସଚେତନ ନୁହଁନ୍ତି। ନିଜ ସ୍ୱାର୍ଥ ପାଇଁ ପାହାଡକୁ ନଷ୍ଟ କରିବା ସହ ସଡକ ସୁରକ୍ଷ ପ୍ରତି ଜମା ଧ୍ୟାନ ଦେଉନାହାଁନ୍ତି। ପାହାଡକୁ ଆଶ୍ରୟ କରି ଏଠାରେ ବସବାସ କରୁଥିବା ଅନେକ ଆଦୀବାସୀଙ୍କୁ ଧନୀକ ଶ୍ରେଣୀର ଲୋକେ କ୍ରୀତଦାସ ଭଳି ଆଶ୍ରୟ ଦେଇଛନ୍ତି। ବାଗୁଡି ରାସ୍ତା 16 ନନ୍ବର ଜାୟୀୟ ରାଜପଥକୁ ସଂଯୋଗ କରୁଥିବା ବେଳେ ଏବେ ଏହି ରାସ୍ତା ପାଲଟିଛି ମରଣଯନ୍ତା। ଦୈନିକ ପ୍ରାୟ 3 ହଜାର ଟ୍ରକ୍ ପାହାଡରୁ ପଥର ବୋହିବା ପାଇଁ ନିୟୋଜିତ ଅଛନ୍ତି। ଆଉ ଏହି ଟ୍ରକ ଡ୍ରାଇଭର ମାନଙ୍କ ପାଖରେ ନା ଅଛି ଲାଇସେନ୍ସ ନା ସେମାନେ ତାଲିମପ୍ରାପ୍ତ । ଗାଡି ମାଲିକମାନେ ଅଳ୍ପ ଦରମାରେ ସେମାନଙ୍କୁ ନିୟୋଜିକ କରି ଲାଭବାନ ହେଉଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିଛି। ମାସେ କିମ୍ବା ଦୁଇମାସ ଅନ୍ତରରେ ଏହି ସଡକରେ ଦୁର୍ଘଟଣା ଘଟି ସାଧାରଣ ଲୋକଙ୍କ ଜୀବନ ଯାଉଛି। ଏମିତିକି ନାବାଳକମାନେ ଟ୍ରକ ଚଳାଇଥିବା ଦେଖିବାକୁ ମିଳୁଛି। କେହି ଯଦି ଏହାକୁ ବିରୋଧ କରୁଛନ୍ତି ତେବେ ମାଲିକଙ୍କ ନାମନେଇ ଆକ୍ରମଣର ଧମକ ମିଳୁଛି।
ମାର୍ଚ୍ଚ 10 ତାରିଖ ହୋଲି ଦିନ ଲୋକେ ପରସ୍ପରକୁ ରଙ୍ଗଲଗାଇ ଉତ୍ସବ ମନାଉଥିବା ବେଳେ ଟ୍ରକ୍ ଚକାତଳେ ରକ୍ତର ହୋଲି ଖେଳି ମହୁମୁହାଣ ଗ୍ରାମର ଜୌନିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଗଲା। ଏ ଦୃଶ୍ୟ ଏତେ ଭୟାନକ ଥିଲା ଯେ, ସାଧାରଣ ମଣିଷର ହୃଦୟ ବିଦିର୍ଣ୍ଣ ହୋଇଯିବ। ପଥର ଖାଦାନ ଓ ଟ୍ରକ୍ ମାଲିକମାନେ ମାଲାମାଲ ହେଉଛନ୍ତି ସିନା ସାଧାରଣ ଲୋକଙ୍କ ଜୀବନ ଟ୍ରକ ଚକାତଳେ ଯାଉଛି।

ଏ ବିସୟରେ ପୁଲିସ ପ୍ରଶାସନ ଜାଣିସୁଦ୍ଧା ହାତଗୁଞ୍ଜାନେଇ ଚୁପ ବସୁଥିବା ଅଭିଯୋଗ ହେଉଛି। ଏମିତି ଦୁର୍ଘଟଣାକୁ ରୋକିବାକୁ ହେଲେ ବାଗୁଡି ପାହାଡରୁ ବେଆଇନ ପଥର ଚାଲାଣ ରୋକିବା ସହ, ରାସ୍ତା ମରାମତି ଓ ଓଭର ଲୋଡିଂ, ଦୃତଗତିରେ ଗାଡି ଚାଳନା ରୋକିବା ଆଦି କ୍ଷେତ୍ରରେ ନିୟନ୍ତ୍ରଣ ଆଣିବା ନିହାତି ଦରକାର। ନହେଲେ ପ୍ରତିଦିନ ଏମିତି ଅଣକୁଶଳୀ ଡ୍ରାଇଭରଙ୍କ ଟ୍ରକଚକାତଳେ ଜୀବନ ଜୀବ।

ଏସବୁ ଉପରେ କେବଳ ବାଗୁଡି ନୁହେଁ ଅଗ୍ରଣୀ ପଞ୍ଚାୟତ ମହୁମୁହାଣ, କାଳନ୍ଦୀପାଟଣାର ଯୁବଗୋଷ୍ଠୀ ଆଗକୁ ଆସିବା ଦରକାର । ମଦ୍ୟପ ଡ୍ରାଇଭରଙ୍କ ଉପରେ ଅଙ୍କୋଶ ଲାଗିବା ଦରକାର। ଲୋଭୀ ଗାଡି ମାଲକ ଓ ଖାଦାନ ମାଲିକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ନିକଟରେ ଦାବି ହୋଇଛି।

Spread the love