ଅଭିନେତ୍ରୀ ହେଲେ ରାଜନେତାଙ୍କ ଘରର ବୋହୂ

ଯାହା ଶୁଣାଯାଉଥିଲା ତାହା ସତ ହେଲା। ଓଲିଉଡ ଅଭିନେତ୍ରୀ  ତଥା  ବଙ୍ଗୀୟ ସୁନ୍ଦରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ରାଜନେତାଙ୍କର ଘରର ବୋହୂ ହୋଇଛନ୍ତି। ଝିଲିକ୍ ଯାଜପୁର ଜିଲ୍ଲା  ସୁକିନ୍ଦା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ପୁଅ  ପ୍ରୀତିରଞ୍ଜନ ଘଡାଇଙ୍କ ପତ୍ନୀ ହୋଇଛନ୍ତି।  । ଗତକାଲି ଚିଲିକାର ଏକ ରିସୋର୍ଟରେ ଦୁଇ ଜଣଙ୍କ ବିବାହ ହୋଇଥିବା ଜଣାପଡ଼ିଛି । ପ୍ରୀତିରଞ୍ଜନଙ୍କ ବାପା ପ୍ରଫୁଲ୍ଲ ଘଡାଇ ଏହି ସୂଚନା ଦେଇଛନ୍ତି। ଦୁଇ ଜଣଙ୍କ ବିବାହ ଫଟୋ ଏବେ ସୋସିଆଲ ମେଡିଆରେ ଭାଇରାଲ ହେବାରେ ଲାଗିଛି ।ବିବାହ ସମୟରେ ପ୍ରୀତିରଞ୍ଜନ ଘଡାଇ ଧଳା ରଙ୍ଗର ସେରଓ୍ଵାନି ପିନ୍ଧିଥିବା ବେଳେ ଝିଲିକ୍‌ ଲାଲ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି । ପ୍ରୀତିରଞ୍ଜନ ବାପା ତଥା ବରିଷ୍ଠ ନେତା ପ୍ରଫୁଲ୍ଲ ଘଡାଇ ଓ ତାଙ୍କ ପତ୍ନୀ ମଧ୍ୟ ଫଟୋରେ ନଜର ଆସିଛନ୍ତି । ଦୁଇ ଜଣ ବିବାହ କରିବା ନେଇ କିଛି ଦିନ ହେବ ଚର୍ଚ୍ଚା ହେଉଥିବା ବେଳେ ପ୍ରୀତିରଞ୍ଜନ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏବେ ଦୁଇ ଜଣଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Spread the love