ମହମ୍ମଦ୍‌ ରଫିକ୍‌ ହୋଇପାରନ୍ତି ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ୍‌ ରଫିକ୍‌ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ବୋଲି ଜଣାପଡିଛି।   ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦ କିଛି ଦିନ ଧରି ଖାଲି ଥିବାରୁ  ବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ଜଷ୍ଟିସ୍‌ ରଫିକ ରାଜସ୍ଥାନର ଚୁରୁଜିଲା ଅନ୍ତର୍ଗତ ସୁଜନଗଡ଼ରେ ୧୯୬୦ ମେ ୨୫ରେ ଜନ୍ମ ଗ୍ରହଣ କରିଥିଲେ।

ସେ ରାଜସ୍ଥାନ ହାଇକୋର୍ଟରେ ଜଣେ ବିଚାରପତି ଭାବେ କାର୍ଯ୍ୟ କରିବା ସହ ଦୁଇଥର ଏହାର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୧୯ ନଭେମ୍ବରରେ ତାଙ୍କର ମେଘାଳୟ ହାଇକୋର୍ଟକୁ ମୁଖ୍ୟ ବିଚାରପତି ଭାବେ ବଦଳି ହୋଇଥିଲା।

Spread the love