ରାଜ୍ୟର ୩୨୮ ଗାଁ ହେବ ସୁନାମି ରେଡ୍ଡୀ village

 ଭୁବନେଶ୍ୱର, ୧୨/୦୩: ରାଜ୍ୟର ୩୨୮ଗାଁ ହେବ ସୁନାମି ରେଡ୍ଡୀ ଭିଲେଜ । ଏନେଇ ୟୁନେସକୁ ଦେବ ପ୍ରମାଣପତ୍ର। ବର୍ତମାନ ସୁଦ୍ଧା ରାଜ୍ୟର ୨ଟି ଗାଁ ସୁନାମି ରେଡ୍ଡୀ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି ।

ଏନେଇ ସୂଚନା ଦେଇଛନ୍ତି ସୂଚନା କମିଶନ ର  ପ୍ରଦୀପ କୁମାର ଜେନା। ଲୋକସେବ। ଭବନରେ ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଓସଡିଏମଏର  ଗଭର୍ଣିଂ  ବଡି ବୈଠକ ହୋଇଥିଲା। ଏଥିରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ସୁନାମି ସମୟରେ ଲୋକମାନେ ନିଜ ଜୀବନକୁ କିଭଳି ସୁରକ୍ଷିତ ରଖିବେ,  ଏଥିସହିତ ଏହାର ନିଜେ କିଭଳି ସଠିକ ମୁକାବିଲା କରିପାରିବେ ସେନେଇ ତାଲିମ ଦିଆଯିବ। ପ୍ରଶିକ୍ଷଣ ସମ୍ପର୍କରେ ୟୁନେସକ କୁ ପଠାଯିବ ବୋଲି ପ୍ରଦୀପ ଜେନା କହିଛନ୍ତି।

ଆଜିର ଏହି ବୈଠକରେ ଏହା ବ୍ୟତୀତ ରାଜ୍ୟର ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକରେ ମରାମତି  ହେବବୋଲି ସେ କହିଛନ୍ତି। ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ଫୁଣ୍ଡ ରୁ 45କୋଟି ଟଙ୍କାର ଅନୁଦାନ ଦିଆଯିବ ବୋଲି କୁହାଯାଇଛି।

Spread the love