ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ : ଡ. ଲେଖାଶ୍ରୀ

ଭୁବନେଶ୍ୱର, ତା.୨୬/୦୮: ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରନିର୍ମାଣ ଓ ସମାଜ ମଙ୍ଗଳ ପ୍ରସଙ୍ଗରେ ଆଲୋଚନା କରିବା ସହିତ ସାଧାରଣ ଜୀବନ ବାସ କରୁଥିବା ଲୋକମାନଙ୍କ ଅକୁହା କଥା ସାମ୍ନାକୁ ଆଣିଥାନ୍ତି, ଯାହାକି ଆମ ସମସ୍ତଙ୍କୁ ବହୁତ ପ୍ରେରଣା ଯୋଗାଏ ।
ଦେଶର ପ୍ରଧାନମନ୍ତ୍ରୀ ଯଶ୍ୱସୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ ମାସର ଶେଷ ରବିବାର ଦିନ ୧୧ଟା ବେଳେ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଥାନ୍ତି । ୨୦୧୪ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଶପଥ ନେବା ପରେ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଅଗଷ୍ଟ ୨୮ତାରିଖ ଦିନ ୯୨ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଏହାକୁ ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତା, ଜନପ୍ରତିନିଧି ଓ ସାଧାରଣ ଜନତା ଶୁଣିବାକୁ ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅନୁରୋଧ କରିଛନ୍ତି ।
‘ମନ୍ କି ବାତ୍‌’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ରାଜନୈତିକ, ସାମାଜିକ ଏବଂ ଦେଶ ନିର୍ମାଣର କଥା କହିଥାନ୍ତି । ସ୍ୱଚ୍ଛତା, ବର୍ଯ୍ୟାବରଣ ସୁରକ୍ଷା, ବର୍ଜ୍ୟବସ୍ତୁ ପରିଚାଳନା, ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ସ୍ୱାବଲମ୍ବି, ଯୁବକଙ୍କ ରୋଜଗାର, କୃଷକମାନେ ଆୟକୁ ଦୁଇଗଣା କରିବେ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ପାଖରେ ସିଧାସଳଖ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖରେ ପଂହଚାଇଥାନ୍ତି । ଶ୍ରୀ ମୋଦି ବିଶ୍ୱର ଏକମାତ୍ର ଜନନେତା ଯିଏ କି ବିଭିନ୍ନ ବିଷୟକୁ ଯାହାକି ସମସ୍ତଙ୍କ ମଙ୍ଗଳ ନିମନ୍ତେ ଉର୍ଦ୍ଧିଷ୍ଟ ତାହା କରୁଛନ୍ତି । ‘ମନ୍ କି ବାତ୍‌’ ଭାରତ ବର୍ଷରେ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ବହୁ ମାତ୍ରରେ ଉନ୍ନତି ଘଟିଛି ବୋଲି ଡ. ଲେଖାଶ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଶାସନ କାଳରେ ୧୦କୋଟି ଶୌଚାଳୟ ନିର୍ମାଣ ହେବା ସହ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ବଢ଼ିଛି । ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ନିୟନ୍ତ୍ରଣ କଥା ଲୋକଙ୍କୁ ଜଣାଇଛନ୍ତି । ଗୁଜରାଟ ଓ ମହାରାଷ୍ଟ୍ରରେ ରହୁଥିବା ମହିଳାମାନେ କିପରି ପାଣିକୁ ସଂରକ୍ଷଣ କରି ରଖୁଛନ୍ତି ସେ କଥା ମୋଦି ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଜଣାଇ ସଚେତନ କରାଇଛନ୍ତି ବୋଲି ଡ. ଲେଖାଶ୍ରୀ କହିଛନ୍ତି ।
ଓଡିଶାରେ ବିଭିନ୍ନ ଆଳ ଦେଖାଇ ରବିବାର ବିଦ୍ୟୁତ ବିଭାଗ ଅଧିକାରୀମାନେ ପାୱାର କଟ୍ କରୁଛନ୍ତି । ଅଗଷ୍ଟ ୨୮ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ’ କାର୍ଯ୍ୟକ୍ରମ ରହିଛି ସେ ନେଇ ପାୱାର କଟ୍ ନକରିବାକୁ ଟାଟା ପାୱାର କର୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି । ଏ ସଂପର୍କରେ ଶକ୍ତି ବିଭାଗ ଓ ଟାଟା ଅଧିକାରୀଙ୍କୁ ପତ୍ର ଦିଆଯାଇଅଛି ବୋଲି ଡ. ଲେଖାଶ୍ରୀ କହିଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଞ୍ଜିତ ଦାସ ଓ ଶ୍ରୀ ରମାରଞ୍ଜନ ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love