କେନ୍ଦ୍ରାପଡାରୁ କେରଳ ଯାଉଛି ସ୍ୱତନ୍ତ୍ର ଦାଦନ ବସ

ଦାଦନ ଶ୍ରମିକଙ୍କ ପାଇଁ ଚାଲୁଛି ସ୍ୱତନ୍ତ୍ର ବସ୍ । କେନ୍ଦ୍ରାପଡା ରାଜନଗରର ସାତଭାୟାରୁ ୨୫ଶହ କିମି ଦୂର କେରଳକୁ ଚାଲୁଛି ଏହି ବସ୍ । ପଂଚାୟତରେ ପରିବାର ସଂଖ୍ୟା ଯେତିକି, ଦାଦନଙ୍କ ସଂଖ୍ୟା ତା’ଠୁଁ ଅଧିକ । ପ୍ରାୟ ସମସ୍ତ ପରିବାରର ଯୁବକ, ଯୁବତୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ବିଶେଷକରି କେରଳ ଯାଉଛନ୍ତି । ଓଡିଶାରେ କାମ ମିଳୁନି । ଯଦି କାମ ମିଳୁଛି, ସେ ତୁଳନାରେ ପାରିଶ୍ରମିକ ମିଳୁ ନଥିବାରୁ ନିଜ ପରିବାରର ଆର୍ôଥକ ଅନାଟନକୁ ଦୂରକରିବା ପାଇଁ ଏହି ଯୁବକ ଯୁବତୀ ମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା କହିଛନ୍ତି । ସାତଭାୟାର ୭ଟି ଗାଁକୁ ଗର୍ଭସ୍ଥ କରିସାରିଛି ସମୁଦ୍ର । ଦୀର୍ଘ ୪୦ବର୍ଷ ଧରି ଥଇଥାନର ପ୍ରତିଶ୍ରୁତି ପରେ ମାତ୍ର ୫୭୧ ପରିବାରକୁ ବଗପାଟିଆ ଠାରେ ଥଇଥାନ କରାଯାଇଛି । ବିସ୍ଥାପିତଙ୍କ ପାଇଁ ସ୍କୁଲ ଠାରୁ ଆରମ୍ଭ କରି ଖେଳପଡିଆ ଯାଏଁ ସବୁ ବ୍ୟବସ୍ଥା ପାଇଁ କରାଯାଇଛି । ମାତ୍ର ଜୀବିକା ପାଇଁ କୌଣସି ବ୍ୟବସ୍ଥା ନାହିିଁ । ଚାଷ ଜମି ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିବା ବେଳେ ଆଉ ଯେତିକି ବି ଅଛି ଲୁଣା ମାଡିଯାଇଛି । ତେଣୁ ସାତଭାୟାର ଯୁବକ, ଯୁବତୀ ମାନେ ଦାଦନ ଖଟିବାକୁ କେରଳ ଯାଉଥିବା ଜଣାପଡ଼ିଛି । ସାତଭାୟା ପଂଚାୟତର ଜନସଂଖ୍ୟା ପ୍ରାୟ ୫ ହଜାର । ଭୋଟର ସଂଖ୍ୟା ପାଖାପାଖି ୨୯ ଶହ । ମାତ୍ର ପଂଚାୟତରୁ ରାଜ୍ୟ ବାହାରକୁ ବିଶେଷିକରି କେରଳ ଯାଇ ଦାଦନ ଖଟୁଥିବା ଯୁବକ, ଯୁବତୀଙ୍କ ସଂଖ୍ୟା ୧୨ଶହରୁ ଅଧିକ । ଆଖ ପାଖ ଅଂଚଳରୁ ପ୍ରାୟ ୨ହଜାର ଦାଦନ କେରଳ ଯାଉଛନ୍ତି । ଯାହା ସରକାରଙ୍କ ଯୋଜନା ଓ କାର୍ଯ୍ୟକାରିତା ମଧ୍ୟରେ ଥିବା ପ୍ରଭେଦକୁ ସାମ୍ନାକୁ ଆଣିଛି ।

Spread the love