ଆସନ୍ତା ୨୫ ବର୍ଷରେ ଏକ ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ : ମୋଦୀ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନର ଶେଷ ଦିନରେ ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରକୁ ନେଇ ଆଲୋଚନା ଚାଲିଛି। ଏଥିରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହା ଏକ ମହାନ ପରମ୍ପରାର ଗୁରୁତ୍ୱପୂର୍ଣ୍ଣ ଦିନ । ସେ କହିଛନ୍ତି ଯେ ଗତ ୫ ବର୍ଷ ମଧ୍ୟରେ ଦେଶର ସେବାରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଲୋକସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଜିର ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ଦେଶ ଏକ ନୂଆ ଆତ୍ମବିଶ୍ୱାସ ଅନୁଭବ କରୁଛି। ଗତ ପାଞ୍ଚ ବର୍ଷ ରେ ସଂସ୍କାର, ପରିବର୍ତ୍ତନ ଏବଂ କାର୍ଯ୍ୟଦକ୍ଷତା ଉପରେ ଗୁରୁତ୍ବ ଦିଆଯାଇଛି  ।

ସପ୍ତଦଶ ଲୋକସଭା ଗତ ୫ ବର୍ଷ ଧରି ଦେଶ ସେବାରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା ଏବଂ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥିଲେ ମଧ୍ୟ ସମସ୍ତେ ନିଜ ଶକ୍ତି ବଳରେ ଦେଶକୁ ସଠିକ୍ ଦିଗ ଦେବାକୁ ଚେଷ୍ଟା କରିଥିଲେ । ଏହି ୫ ବର୍ଷରେ ଦେଶରେ ଅନେକ ସଂସ୍କାର ଆସିଛି । ସେ କହିଛନ୍ତି ଯେ ଆସନ୍ତା ୨୫ ବର୍ଷ ଦେଶପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ରାଜନୈତିକ ବିରୋଧାଭାସ ଗୋଟିଏ କଥା କିନ୍ତୁ ଆଜି ସମସ୍ତଙ୍କ ମନରେ ଗୋଟିଏ ସ୍ବପ୍ନ ତାହା ହେଉଛି ଆସନ୍ତା ୨୫ ବର୍ଷରେ ଦେଶକୁ ବିକଶିତ କରିବା ।

Spread the love