ବ୍ରାହ୍ମଣୀ ଓ ବୈତରଣୀ ନଦୀ ମୁହାଣରେ ନିର୍ମାଣ ହେବ ଫ୍ଲୋଟିଂ ବ୍ରିଜ୍

କେନ୍ଦ୍ରାପଡ଼ା ଓ ଭଦ୍ରକକୁ ସଂଯୋଗ କରୁଥିବା ନଦୀ ଉପରେ ନିର୍ଭର କରନ୍ତି ପ୍ରାୟ ୪୦ ହଜାରରୁ ଅଧିକ ଲୋକ । ପ୍ରତିଦିନ ପ୍ରାୟ ୫ ହଜାର ଲୋକ ବିପଦସଂକୁଳ ଅବସ୍ଥାରେ ଡଙ୍ଗା ସାହାଯ୍ୟରେ ୧୦ କିଲୋମିଟର ନଦୀ ଅତିକ୍ରମ କରିବାକୁ ପଡ଼ିଥାଏ । କିନ୍ତୁ ଖୁବଶୀଘ୍ର କେନ୍ଦ୍ରାପଡ଼ା ଓ ଭଦ୍ରକ ଯିବାଆସିବା ପାଇଁ ନିର୍ମିତ ହେବ ଫ୍ଲୋଟିଂ ବ୍ରିଜ୍ । ଏଥିପାଇଁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ । ରାଜନଗର ବ୍ଲକର ୭ଟି ପଂଚାୟତ ତାଳଚୁଆ, ବାଘମାରି, କେରୁଆଁପାଳ, ରଂଗଣୀ, କୃଷ୍ଣନଗର, ଡାଙ୍ଗମାଳ, ଖମାରସାହିର ଲୋକେ ନିଜର ବାଣିଜ୍ୟ କାରବାର ପାଇଁ ଭଦ୍ରକ ଓ ବାଲେଶ୍ୱର ଉପରେ ନିର୍ଭରଶୀଳ । ଦୀର୍ଘ ବର୍ଷ ଧରି ଏମାନେ ବ୍ରିଜ୍ ପାଇଁ ଦାବି କରିଆସୁଥିଲେ । ଆଉ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବ୍ରିଜ୍ ନିର୍ମାଣ ପାଇଁ ଅନୁମୋଦନ ମିଳିଛି । ଆଉ ବ୍ରିଜ୍ ପାଇଁ ଶିଳାନ୍ୟାସ ହେବା ପରେ ସ୍ଥାନୀୟ ଲୋକେ ବେଶ୍ ଖୁସି ହୋଇଛନ୍ତି । ଦୀର୍ଘବର୍ଷ ଧରି ଏ ଅଂଚଳର ଲୋକେ ଜଳପଥରେ ବିପଦପୂର୍ଣ୍ଣ ଭାବେ ଯିବା ଆସିବା କରୁଥିଲେ । ଏବେ ଦୀର୍ଘବର୍ଷ ପରେ ସେମାନଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି ।

Spread the love