ଆରପାରିରେ ଦାମ ରାଉତ
ଆରପାରିରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଏନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ସମ୍ବିତ ରାଉତ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସକାଳ ୫ଟା ୨୩ ମିନିଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତିି । ମୃତୁୃ୍ୟ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।
ଓଡିଶା ରାଜନୀତିରେ ଦାମୋଦର ରାଉତ ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ପରିଚିତ । ପ୍ରଥମେ ଜନତା ଦଳ ଓ ପରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ବିଜେଡି ସରକାରରେ ମନ୍ତ୍ରୀ ଭାବେ ଦୀର୍ଘ ଦିନ ଧରି ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ସେ ଓଡିଶା ବିଧାନସଭାରେ ବିଧାୟକ ଭାବେ ୭ଥର କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି । ୧୯୭୯ରୁ ୨୦୧୭ ଯାଏଁ ସେ ବିଭିନ୍ନ ସମୟରେ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି ।
ଭୂମିପୁତ୍ର ଭାବେ ପରିଚିତ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରଭାବିତ ହୋଇ ଦାମୋଦର ରାଉତ ରାଜନୀତିରେ ପାଦ ଥାପିଥିଲେ । ବିଜୁ ବାବୁଙ୍କର ଅନୁଗତ ଭାବେ ସେ ଶେଷ ଯାଏଁ ଦାୟିତ୍ୱ ନେଇଥିଲେ । ଶେଷ ଥର ୨୦୧୯ରେ ବାଲିକୁଦା ଏରସମା ଆସନରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ ବି ଶେଷ ଯାଏଁ ରାଜନୀତିରେ ତାଙ୍କର ବିଶେଷ ପ୍ରଭୁତ୍ୱ ଥିଲା ।