ଏମ୍‌ଏସ୍‌ସି ପାସ୍ କରି ଆତଙ୍କବାଦୀ

ଇସ୍‌ଲାମାବାଦ: କୁହାଯାଏ, ଆତଙ୍କବାଦୀମାନଙ୍କୁ ପାଠୁଆ ଆତଙ୍କୀ ଆକାମାନେ ଶିକ୍ଷାଇ ବୁଝାଇ ଭୟଙ୍କର କରି ଗଢ଼ି ତୋଳୁଛନ୍ତି। ତାଙ୍କ ବ୍ରେନ୍ ୱାସ୍ କରି ତାଙ୍କୁ ମରଣ ମୁହଁକୁ ଠେଲି ଦେଉଛନ୍ତି। ବିଶେଷ କରି ଅପାଠୁଆ ଓ କମ୍‌ ବୟସର ଯୁବକମାନେ ଦୁର୍ଦ୍ଧଶ ଆତଙ୍କବାଦୀ ପାଲଟିଯାଉଛନ୍ତି। ହେଲେ ନିକଟରେ ଇସ୍‌ଲାମାବାଦ୍‌ରେ ହୋଇଥିବା ଆତ୍ମଘାତି ଆକ୍ରମଣରେ ଯାହା ନାଁ ସାମ୍ନାକୁ ଆସିଛି ତାଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

ଗତକାଲି କରାଚୀରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୩ ଜଣ ଚାଇନା ନାଗରିକ ଥିଲେ। ଜଣେ ଉଚ୍ଚଶିକ୍ଷିତା ଓ ଦୁଇଟି ପିଲାର ମାଆ ଆତ୍ମଘାତି ମହିଳା ଆତଙ୍କବାଦୀ ଏହି ବିସ୍ଫୋରଣ ଘଟାଇଛନ୍ତି। ଏହି ୩୦ ବର୍ଷୀୟା ମହିଳା ଆତଙ୍କବାଦୀ ଜଣଙ୍କ ଜୁଲୋଜୀର ଏମ୍‌ଏସ୍‌ସି ପାସ୍ କରିଛନ୍ତି। ତା ସହିତ ଦୁଇଟି ପିଲାର ମାଆ ହୋଇଥିବା ବେଳେ ସେ ଜଣେ ଡାକ୍ତରଙ୍କ ପତ୍ନୀ ମଧ୍ୟ। ଆତ୍ମଘାତି ମହିଳାଙ୍କ ଶିକ୍ଷାଗତ ଯୋଗ୍ୟତା ଓ ପରିହାର ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଲେ ନା ?

ଏବେ ଜାଣନ୍ତୁ ପୂରା ଘଟଣା…..   

ଆତ୍ମଘାତି ମହିଳା ଆତଙ୍କବାଦୀ ହେଲେ ଶହରି ବଲୋଚ। ତାଙ୍କ ଘର ବଲୋଚିସ୍ତାନ ଟୁରବତର ନିଆଜର ଅବାଦରେ। ସେ ଏମ୍‌ଫିଲ୍‌ ପାଇଁ ପଢ଼ୁଥିବା ବେଳେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଆଫଗାନିସ୍ତାନରେ ଥିବା ଆତଙ୍କୀ ସଂଗଠନ ବଲୋଚିସ୍ତାନ ଲିବରେସନ ଆର୍ମୀ(ବିଏଲ୍ଏ) ଏହି ସୂଚନା ଦେଇଛି।

ଦୁଇ ବର୍ଷ ପୂର୍ବେ ଶାରୀ ବଲୋଚ ବିଏଲ୍‌ର ସେଲ୍ଫ ସାକ୍ରିଫାୟସ ସ୍କାର୍ଡ(ବଳିଦାନ ଦେବାକୁ ଉଦ୍ଦିଷ୍ଟ ଟିମ୍)

Spread the love