ସୋଆ ପ୍ରତିଷ୍ଠାତା ସଭାପତି ଙ୍କ ଦ୍ୱାରା ସୁମା ସିକ୍ୟୁରିଟି ଏଜେନସି ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ନୂତନ ସିକ୍ୟୁରିଟି ଏଜେନ୍ସି “ସୁମା ସିକ୍ୟୁରିଟି ଏଜେନ୍ସି’ ଉଦଘାଟିତ ହୋଇଯାଇଛି। ପ୍ରଫେସର ନାୟକ ଏହାର ଲୋଗୋକୁ ଉନ୍ମୋଚିତ କରିଥିବା ସହ ଅଭିବାଦନ ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୋଆର ଚିଫ ଭିଜିଲାନ୍ସ ଅଫିସର ତଥା ଡାଇରେକଟର ରିସୋରସେସ  ଯୁଗଳ ଦାସ, ଆଇନ ବିଭାଗ ନିର୍ଦେଶ ସଞ୍ଜୟ କୁମାର ସାହୁ, ଏସଏଚଏମ ଡିନ ପ୍ରଫେସର ଶିତିକଣ୍ଠ ମିଶ୍ର, ପ୍ରମେୟ ଓ ନ୍ୟୁଜ ସେଭେନ ର ଗ୍ରୁପ ଏଡିଟର  ଗୋପାଳ କୃଷ୍ଣ ମହାପାତ୍ର, ନିୟୁଜ ସେଭେନ ର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ, ପ୍ରମେୟ ଓ ନ୍ୟୁଜ ସେଭେନ ର ନିର୍ଦେଶକ (ସେଲସ ଆଣ୍ଡ ମାର୍କେଟିଙ୍ଗ )  ହିମାଂଶୁ ହୋତା ଓ ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।  ସୁମା ସିକ୍ୟୁରିଟି ଏଜେନସି ର ଉଦେଶ୍ୟ ରହିଛି ସେବା, ଶାନ୍ତି ଓ ସୁରକ୍ଷା। ଆଗାମୀ ଦିନରେ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ବିଭିନ୍ନ ଅନୁଷ୍ଠାନ ଓ ହସ୍ପିଟାଲର ସୁରକ୍ଷା କାର୍ଯ୍ୟରେ ଏହି ଏଜେନସି ର ସୁରକ୍ଷା କର୍ମୀମାନେ ନିୟୋଜିତ ହେବାର ଯୋଜନା ରହିଛି।

Spread the love