ୟୁଏସ୍ ପ୍ଲେନର ବିଜନେସ୍ କ୍ଲାସରେ ସାପ, ଆତଙ୍କିତ ହୋଇ ଚିତ୍କାର କଲେ ଯାତ୍ରୀ

ନୂଆଦିଲ୍ଲୀ ୧୯।୧୦: ସୋମବାର ଦିନ ଫ୍ଲୋରିଡାର ଟାମ୍ପା ସହରରୁ ନ୍ୟୁଜର୍ସି ଅଭିମୁଖେ ଯାତ୍ରା କରୁଥିଲେ ଯାତ୍ରୀ। ଏହି ସମୟରେ ହଠାତ୍ ପ୍ଲେନର ବିଜନେସ୍ କ୍ଲାସରେ ଦେଖିବାକୁ ମିଳିଥିଲା ସାପ। ଆତଙ୍କିତ ହୋଇ ଯାତ୍ରୀମାନେ ଭୟରେ ଚିତ୍କାର କରିବାକୁ ଲାଗିଥିଲେ। ଲିବର୍ଟି ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ଲେନଟି ଅବତରଣ କରିବା ପରେ ବନକର୍ମଚାରୀମାନେ ଆସି ସାପ ଧରି ଜଙ୍ଗଲରେ ଛାଡ଼ି ଦେଇଥିଲେ। ପରେ ଯାତ୍ରୀମାନେ ସୁରକ୍ଷିତ ଭାବେ ବାହାରକୁ ବାହାରିଥିଲେ। ଆଶ୍ୱସ୍ତିକର କଥା ହେଉଛି ସାପଟି ଯାତ୍ରୀମାନଙ୍କୁ କୌଣସି କ୍ଷତି ପହଞ୍ଚାଇ ନଥିଲା। ରିପୋର୍ଟ ଅନୁଯାୟୀ,  ପ୍ଲେନ୍ ଟି ଠିକ୍ ଅବତରଣ ସମୟରେ ବିଜନେସ୍ କ୍ଲାସରେ ଥିବା ଯାତ୍ରୀମାନେ ଏକ ସାପଟିକୁ ଦେଖିବାକୁ ପାଇଥିଲେ। ଏହାପରେ ଯାତ୍ରୀମାନେ ଚିତ୍କାର କରିବାକୁ ଲାଗିଥିଲେ। ପ୍ଲେନ୍ ଲ୍ୟାଣ୍ଡିଂ କରିବା ପରେ ବନ୍ୟକର୍ମଚାରୀ ସାପକୁ ବାହାର କରିଥିଲେ। ପରେ ଯାତ୍ରୀମାନେ ସୁରକ୍ଷିତ ଭାବେ ଓହ୍ଲାଇଥିଲେ। ଏହାପୂର୍ବରୁ ଫେବୃଆରୀରେ ମାଲେସିଆର ଏୟାରଆସିଆ ବିମାନରେ ମଧ୍ୟ ସମାନ ଘଟଣା ଘଟିଥିଲା।  ​​ଯେତେବେଳେ ବିମାନରେ ଥିବାବେଳେ ଯାତ୍ରୀମାନେ ଏକ ସାପ ଦେଖିବାକୁ ପାଇଥିଲେ।

Spread the love