ଝିଅ ବାହାଘର ପାଇଁ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଲା ଚୋର

ଝିଅ ବାହାଘର ପାଇଁ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଲେ ଚୋର । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ଥାନା ସିରେଇଁପୁର ଗ୍ରାମରେ । ସିରେଇଁପୁର ଗ୍ରାମର ରେବତୀ ନାୟକଙ୍କ ଘରେ ଗତକାଲି ବିଳମ୍ବିତ ରାତ୍ରୀରେ ଚୋର ପଶି ପରିବାର ଲୋକମାନଙ୍କୁ ବାହାରପଟୁ କବାଟ ଦେଇ ଝିଅ ବାହାଘର ପାଇଁ ରଖାଯାଇଥିବା ପ୍ରାୟ ୭ ଭରି ଓଜନରୁ ଅଧିକ ସୁନା ଅଳଙ୍କାର ସହିତ ୧ ଲକ୍ଷ ୭୦ ହଜାର ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ପରିବାର ସଦସ୍ୟ ସମସ୍ତେ ଶୋଇଥିବା ବେଳେ ଚୋର ଘର ଭିତରେ ପଶି କଳାକନା ବୁଲାଇ ଦେଇଛନ୍ତି । ଘରେ ଥିବା ବାକ୍ସ ଓ ଆଟାଚ ଗୁଡିକର ତାଲାଭାଙ୍ଗି ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେବା ସହିତ ଫେରାର ହୋଇଯାଇଛନ୍ତି ଲୁଟେରା । ଚୋର ଘରେ ଚୋରି କରୁଥିବା ବେଳେ ରେବତୀ ନାୟକ ଉଠିପଡିବାରୁ ଚୋର ତାଙ୍କ ବେକରେ ଛୁରି ଲଗାଇ ଦେଇଥିଲା ବୋଲି କହିଛନ୍ତି ରେବତୀ । ତେବେ ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ଓ ସୁନା ଅଳଙ୍କାର ଚୋର ଚୋରି କରିନେବା ପରେ ଏବେ ମା ନିର୍ମଳା ଆଖିରୁ ଲୁହ ଗଡାଉଛନ୍ତି । ଗୋଟିଏ ଚିନ୍ତା ଝିଅର ବିବାହ କିପରି କରିବେ । ଏନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Spread the love