ଜନ୍ମ, ମୃତ୍ୟୁ ପଂଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର ପ୍ରମାଣୀକରଣ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ପାଇଁ ଆଧାର ପ୍ରମାଣୀକରଣ(ଅଥେଣ୍ଟିକେସନ)କୁ ଅନୁମୋଦନ କରିଛନ୍ତି । ତେବେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପାଇଁ ଆଧାର ଏବେ ବାଧ୍ୟତାମୂଳକ କରାଯାଇନାହିଁ ଓ ଏହାକୁ ସ୍ବେଚ୍ଛାକୃତ ରଖାଯାଇଛି ।  ଜନ୍ମ ଓ ମୃତ୍ୟୁ ପଂଜୀକରଣ ପାଇଁ ଆଧାରର ସ୍ୱେଚ୍ଛାକୃତ ବ୍ୟବହାର କରିବାକୁ ସରକାର ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟକୁ ଅନୁମୋଦନ ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରି କହିଛି ଯେ ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟ ସହିତ ଜନଗଣନା କମିଶନର ଏଭଳି ପଞ୍ଜୀକରଣ କିମ୍ବା ଆଧାର ପ୍ରମାଣୀକରଣ ମଧ୍ୟ ଗ୍ରହଣ କରିପାରିବେ ।

ଏହା ପଛରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଉତ୍ତମ ସେବା ଉପଲବ୍ଧ କରାଇବା ଏବଂ ଯାହା ମାଧ୍ୟମରେ ଭାରତୀୟମାନେ ଉନ୍ନତ ଜୀବନଯାପନ କରିପାରିବେ । ସେପଟେ ଆଧାର ପ୍ରଦାନକାରୀ ସଂସ୍ଥା ୟୁଆଇଡିଏଆଇ ଲୋକମାନଙ୍କୁ ମୋବାଇଲ ନମ୍ବର ସହ ଆଧାର ଲିଙ୍କ କରିବାକୁ ପ୍ରୋତ୍ସାହିତ କରୁଛି, ଯାହାଦ୍ୱାରା ସେମାନେ ଉନ୍ନତ ଉପାୟରେ ସାମାଜିକ କଲ୍ୟାଣ ସେବାର ଲାଭ ଉଠାଇପାରିବେ ।

Spread the love