ଆଧାରକାର୍ଡରେ ଏବେ ଲେଖାଯିବନି ବାପା କିମ୍ବା ସ୍ବାମୀଙ୍କ ନାମ, ଏହି ସ୍ଥାନରେ ରହିବ ‘କେୟାର ଅଫ’

ଦେଶରେ ସବୁଠାରୁ ଗୁରୁତ୍ନପୂର୍ଣ୍ଣ ଡକ୍ଯୁମେଣ୍ଟ ମଧ୍ୟରେ ଆଧାର କାର୍ଡ ଅନ୍ଯତମ। ଏବେ ଏହି ଆଧାରକାର୍ଡରେ ଏବେ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆଧାର କାର୍ଡରେ ଆପଣ କୌଣସି ଅପଡେଟ୍ କରିବାକୁ ଚାହିଁଲେ ସେଥିରେ ବାପା କିମ୍ବା ସ୍ବାମୀଙ୍କ ସଂପର୍କ ବିଷୟରେ ଲେଖାଯିବ ନାହିଁ। ଆଧାରକାର୍ଡରୁ ଏବେ କୌଣସି ସଂପର୍କର ପରିଚୟ ମିଳିବ ନାହିଁ। ଏହା କେବଳ ପରିଚୟପତ୍ର ଭାବେ ବ୍ଯବହାର କରାଯିବ। ଆଧାର କାର୍ଡରେ ଏବେ ବାପା କିମ୍ବା ସ୍ବାମୀଙ୍କ ନାମ ସ୍ଥାନରେ କେୟାର ଅଫ ଲେଖାଯିବ।ନିକଟରେ ଜଣେ ବ୍ଯକ୍ତି ନିଜ ଘରର ଠିକଣା ପରିବର୍ତ୍ତନ କରିବା ପାଇଁ ନିଜ ପରିବାର ସଦସ୍ଯଙ୍କ ଆଧାର କାର୍ଡକୁ ଅପଡେଟ କରିଥିଲେ, ଯେଉଁଥିରେ ତାଙ୍କ ବାପାଙ୍କ ସହିତ ଥିବା ସଂପର୍କ ସ୍ଥାନରେ କେୟାର ଅଫ ଲେଖାହୋଇଥିବା ଦେଖିବାକୁ ମିଳିଥିଲା। ବ୍ଯକ୍ତି ଜଣକ ଭାବିଲେ କି, ଏହା ଭୁଲରେ ହୋଇଛି, ତେଣୁ ଆଧାର ସେଣ୍ଟରକୁ ଯାଇ ପଚରାଉଚରା କରିବା ପରେ ସଠିକ୍ ଖବର ଜାଣିବାକୁ ପାଇଥିଲେ।

ଆଧାର ଅପଡେଟ ପାଇଁ ଅଥରାଇଜଡ CSCର ମ୍ଯାନେଜିଂ ଡାଇରେକ୍ଟେର ନିର୍ଦ୍ଦେଶକ ଦିନେଶ ତ୍ଯାଗୀଙ୍କ ମୁତାବକ, ଏବେ ଆଧାର କାର୍ଡରେ ବାପା, ପୁଅ, ସ୍ତ୍ରୀଙ୍କ ସ୍ଥାନରେ ‘କେୟାର ଅଫ’ ଲେଖାହୋଇଆସିବ। ଆପ୍ଲିକ୍ଯାଣ୍ଟ କେୟାର ଅଫ ନାମରେ କାହାର ବି ନାମ ଦେଇପାରିବେ। କେବଳ ନାମ ଏବଂ ଠିକଣା ଦେଇ ମଧ୍ୟ ଆଧାର କାର୍ଡ ଅପଡେଟ୍ କରିପାରିବେ।

UIDAI ର ଜଣେ ସିନିଅର ଅଫିସରଙ୍କ ମୁତାବକ, ୨୦୧୮ରେ ଆଧାର କାର୍ଡକୁ ନେଇ ସୁପ୍ରମିକୋର୍ଟରେ ଏକ ଫଇସଲା ହୋଇଥିଲା। ଯେଉଁଥିରେ ଲୋକଙ୍କ ପ୍ରାଇଭେସୀ ବିଷୟରେ କୁହାଯାଇଥିଲା। କିନ୍ତୁ ନୂଆ ପରିବର୍ତ୍ତନ କେବେ ଠାରୁ ଲାଗୁ ହେବ, ତାକୁ ନେଇ UIDAI ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Spread the love