ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା

ବଲାଙ୍ଗୀର, ୧୧|୦୧ ମଙ୍ଗଳବାର ଆଦିବାସୀଙ୍କ ପାରମ୍ପରିକ ପ୍ରସିଦ୍ଧ ଶୁଲିଆ ଯାତ୍ରା। ପରମ୍ପରା ଓ କଟକଣା ଭିତରେ ପାଳିତ ହେବ ଆବାହନମାନ କାଳରୁ ଚାଲିଆସୁଥିବା ବଲାଙ୍ଗୀର ଜିଲ୍ଲା ପ୍ରସିଦ୍ଧ ବଳିଯାତ୍ରା ଶୁଲିଆ । ପୁଣି ପଡିବ ହଜାର ହଜାର ପଶୁପକ୍ଷୀ ବଳି। ପୁଣି ରକ୍ତରଞ୍ଜିତ ହେବ ଶୁଲିଆ ମାଟି।

ତେବେ ସକାଲୁ ପୂଜକ ଶୁଲିଆ ଯାତ୍ରାର ଗାଁ ଭିତରେ ଥିବା ପୀଠରେ ପୂଜାର୍ଚ୍ଚନା ପରେ ପ୍ରଥମେ ପାଟ ଭୁକା ଶୁଲିଆ ପୀଠ ଖାଇରଗୁଡାକୁ ପାରମ୍ପରିକ ବାଜାରେ ଶୋଭାଯାତ୍ରାରେ ଅଣାଯିବା ପରେ ସେଠାରେ ଦେବତାଙ୍କୁ ଆମନ୍ତ୍ରଣ କରିବା ପରେ ମଣିଷ ଦେହରେ ଦେବତାଙ୍କୁ ପ୍ରବେଶ କରାଇ ପ୍ରଥମେ ଗୋଟିଏ ଧଳା ଗଞ୍ଜା କୁକୁଡ଼ା ଓ ପରେ ପାଟଭୁକା ବଳି ଦିଆଯିବ । ପରେ ସେଠାରୁ ଆରମ୍ଭ ହୋଇଥାଏ ବଳି।

ମାନସିକ କରି ଆସିଥିବା ଭକ୍ତ କୁକୁଡ଼ା, ଛେଳି, ମେଣ୍ଢା, ପୋଢ଼ ବଳି ଦେଇଥାନ୍ତି। ତେବେ ଏନେଇ ଆଞ୍ଚଳିକ ଶୁଲିଆ କମିଟି ସହ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ଏନେଇ ପ୍ରଶାସନ ପକ୍ଷରୁ ବଳିକୁ ନେଇ ସଚେତନ କରାଇବା ସହ ମାଜିଷ୍ଟ୍ରେଟଙ୍କ ସହ ବହୁ ଅଧିକାରୀ, ଅଗ୍ନିଶମ ବିଭାଗ, ସହ ୪ ପ୍ଲାଟୁନ ଫୋର୍ସ ସହ ୧୫ ଜଣ ପୋଲିସ ଅଧିକାରୀ ମୁତୟନ କରାଯାଇଛି ନେଇ ରହିଛି ସୂଚନା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ତୁଷୁରା ବ୍ଲକର ବିଭିନ୍ନ ସ୍ଥାନରେ ଏହି ଶୁଲିଆ ଯାତ୍ରା ହୋଇଥିବା ବେଳେ ଦେଓଗାଁ ବ୍ଲକ ଖୀରଗୁଡା ବଡ଼ ଖଳା ଓ ସାନ ଖଳାରେ ମୁଖ୍ୟ ପୁଜା ଓ ବଳି ଦିଆଯାଇ ଥାଏ। ସେପଟେ ଓଡିଶାର ବହୁ ଜିଲ୍ଲାରୁ ଭକ୍ତ ଆସୁଥିବା ବେଳେ ଝାଡଖଣ୍ଡ, ଛତିଶଗଡ଼ ରାଜ୍ୟ ବାହାରୁ ମଧ୍ୟ ଭକ୍ତ ଆସି ଏଠାରେ ମାନସିକ କରି ବଳି ଦେଇଥାନ୍ତି। କରୋନା କଟକଣା ଯୋଗୁଁ ସାମାଜିକ ଦୂରତା ସହ ମାସ୍କକୁ ବାଧ୍ୟତାମୂଳକ କରାଯାଇ ଗହଳିକୁ ବାଦ ଦେଇ ଯାତ୍ରା କରାଯିବା ପାଇଁ ପ୍ରଶାସନ ପ୍ରସ୍ତୁତି କରିଛି।

Spread the love