ଆଫଗାନିସ୍ତାନ ମହିଳାଙ୍କୁ ରକ୍ଷା କରିବାକୁ ଗୁହାରୀ କଲେ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ; ସୋସିଆଲ ମିଡିଆ ପୋଷ୍ଟ କରି କହିଲେ ଏମିତି…

ମୁମ୍ବାଇ ୨୨/୦୮ : ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଆଞ୍ଜେଲିନା ଜୋଲି । ନିଜ ସୌନ୍ଦର୍ଯ୍ୟ ପାଇଁ ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି ସେ । ସୋସିଆଲ ମିଡିଆରେ ଏତେଟା ଆକ୍ଟିଭ୍‌ ନଥିବା ଜୋଲି ଏବେ ଇନଷ୍ଟାଗ୍ରାମରେ ନିଜର ଏକ ଆକାଉଣ୍ଟ ଖୋଲିଛନ୍ତି । ଏହା ସହିତ ଆଫଗାନର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ତାଙ୍କ ନିକଟକୁ ଆଫଗାନିସ୍ତାନରୁ ଏକ ଚିଠି ଆସିଛି। ଯାହା ତାଙ୍କୁ ବେଶ ମର୍ମାହତ କରିଛି ବୋଲି ସେ କହିଛନ୍ତି । ତାଲିବାନର ବର୍ବରତାକୁ ବିରୋଧ କରି ସେ ଏବେ ସ୍ୱର ଉଠାଇବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।

ତାଲିବାନୀଙ୍କ ଠାରୁ ମହିଳାଙ୍କୁ ସୁରକ୍ଷା ଦେବାକୁ ଗୁହାରି କରିଛନ୍ତି ଆଞ୍ଜେଲିନା ଜୋଲି। ଆଫଗାନର ଜଣେ ନାବାଳିକା ଚିଠିରେ ସେଠାକାର ବର୍ବରତା ବିଷୟରେ ଉଲ୍ଲେଖ କରିଛନ୍ତି । ନାବାଳିକା ଝିଅଟି ଚିଠିରେ ଲେଖିଛି ଯେ,‘ତାଲିବାନଙ୍କ ଶାସନ ଆରମ୍ଭ ହେବାରୁ ସ୍କୁଲ ଯିବା କଷ୍ଟକର ହୋଇପଡୁଛି । ଚାରିପାଖରେ ଭୟର ବାତାବରଣ ରହିଛି। ଆମେ ସ୍ବାଧୀନ ଥିଲୁ, କିନ୍ତୁ ସେମାନେ ଆସିବାପରେ  ଆମ ମନରେ ଭୟର ବାତାବରଣ ସୃଷ୍ଟି ହୋଇ ସାରିଛି । ଆମକୁ ଲାଗୁଛି ଯେ ଆମର ସମସ୍ତ ସ୍ୱପ୍ନ ଦୂର ଧୂଳିସାତ୍‌ ହୋଇଯାଇଛି ।’

ଏ ନେଇ ସେ ତାଙ୍କ ସୋସିଆଲ ମିଡିଆର ଏକ ପୋଷ୍ଟରେ ଲେଖିଛନ୍ତି କି, ‘ଏହି ଚିଠିକୁ ଆଫଗାନିସ୍ତାନର ଜଣେ ଯୁବତୀ ପଠାଇଛନ୍ତି। ବର୍ତ୍ତମାନ ଆଫଗାନିସ୍ତାନର ଲୋକମାନେ ସୋସିଶାଲ ମିଡିଆରେ ମଧ୍ୟ ଯୋଗାଯୋଗ ହରାଉଛନ୍ତି ଏବଂ ଖୋଲାଖୋଲି ଭାବେ ନିଜ କଥା ରଖିବାରେ ମଧ୍ୟ ଅସମର୍ଥ ହେଉଛନ୍ତି । ତେଣୁ ମୁଁ ସେମାନଙ୍କ ସ୍ୱରକୁ ଅନ୍ୟମାନଙ୍କଠାରେ ପହଞ୍ଚାଇବା ପାଇଁ ଇନଷ୍ଟାଗ୍ରାମରେ ସେୟାର କରୁଛି। ଯେଉଁ ବର୍ବରତାକୁ ଆଫଗାନବାସୀ ସାମ୍ନା କରୁଛନ୍ତି ଏହା ସେ କେବେ ବି ସହିବେ ନାହିଁ କି ପଛକୁ ହଟିବେ ନାହିଁ ବରଂ ଲୋକଙ୍କ ସହାୟତା କରିବେ। ଏନେଇ ସେ ସ୍ୱର ମଧ୍ୟ ଉଠାଇବେ। ଲୋକମାନେ ତାଙ୍କୁ ଏଥିପାଇଁ ସମର୍ଥନ କରିବେ ବୋଲି ଆଞ୍ଜେଲିନା ଆଶା ରଖିଛନ୍ତି।

ସୂଚନା ମୁତାବକ, ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାକାର ଅବସ୍ଥା ବିଗିଡିବାରେ ଲାଗିଛି। ମହିଳା ଏବଂ ଶିଶୁଙ୍କ ଉପରେ ଅତ୍ୟାଚାର ହେଉଛି। ପୁରୁଷମାନଙ୍କୁ ହତ୍ୟା କରାଯାଉଛି। ଏହି ଭୟରେ ଲକ୍ଷ ଲକ୍ଷ ଲୋକ ଆଫଗାନିସ୍ତାନ ଛାଡୁଛନ୍ତି। ଆଫଗାନିସ୍ତାନର ଏଭଳି ଅବସ୍ଥା ଦେଖି ବିଶ୍ୱର ଶକ୍ତିଶାଳୀ ଦେଶଗୁଡିକ ମଧ୍ୟ ଚୁପ୍‌ ବସିଛନ୍ତି। କିନ୍ତୁ ବଲିଉଡ ଏବଂ ହଲିଉଡ ସେଲେବ୍ରିଟିମାନେ ତାଲିବାନ ବିରୋଧରେ ସ୍ୱର ଉଠାଉଛନ୍ତି।

Spread the love