ଆହାର ଉପରେ କରୋନା ପ୍ରହାର

 ଭୁବନେଶ୍ୱର, ୨୪/୦୩: କରୋନା ମୁକାବିଲା ପାଇଁ ବନ୍ଦ ହେଲା ଆହାର କେନ୍ଦ୍ର। ମାର୍ଚ୍ଚ ୨୯ ଯାଏଁ ସମସ୍ତ ଆହାର କେନ୍ଦ୍ର ବନ୍ଦ ରଖିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ହୋଇଛି। ତେବେ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ର ଖୋଲା ରହିବ। ରାଜ୍ୟରେ ଥିବା ସମସ୍ତ ସର୍ବସାଧାରଣ ପାର୍କ ମଧ୍ୟ ବନ୍ଦ କରିବାକୁ ଘୋଷଣା କରାଯାଇଛି।

ଓଡ଼ିଶାରେ ଦ୍ୱିତୀୟ ‘କରୋନା’ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ସବୁଦୋକାନ ବଜାର ବନ୍ଦ ରହିଛି। ଏପରିକି ବସ୍‌ ଓ ଟ୍ରେନ୍‌ ଚଳାଚଳକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର।

Spread the love