ଆଜାଦିକା ଅମୃତ ମହୋତ୍ସବ ଅବସରରେ ଭୁବନେଶ୍ବରରେ ବିଶାଳ ତ୍ରୀରଙ୍ଗା ଶୋଭାଯାତ୍ରା

ଭୁବନେଶ୍ବରରେ :”ଆଜାଦି କା ଅମୃତ ମହୋତ୍ସବ” ଅବସରରେ ଭୁବନେଶ୍ବର(ମଧ୍ୟ) ନିର୍ବାଚନ ମଣ୍ଡଳୀ ତରଫରୁ ବିଶାଳ ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ରସୁଲଗଡ ଛକସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଶାଳ ତ୍ରୀରଙ୍ଗା ଧରି ବନ୍ଦେମାତରମ, ଭାରଚତ ମାତାକି ଜୟ ଶ୍ଲୋଗାନ ପକାଇ ଏକ ବିରାଟ ଶୋଭାଯାତ୍ରା ଆରମ୍ଭ କରି କଟକରୋଡ୍ ଦେଇ କଳ୍ପନା ଛକସ୍ଥିତ ଓଡିଶାର ବରପୁତ୍ର ବକ୍ସିଜଗବନ୍ଧୁ ମହାପାତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାପଣ କରି ଶୋଭାଯାତ୍ରା ସମାପନ ହୋଇଛି l ଆଜିର ଏହି ଶୋଭାଯାତ୍ରା ଚାଲିଥିବା ରାସ୍ତାର ଦୁଇ ପାର୍ଶ୍ବରେ ଜନସାଧାରଣଙ୍କ ପ୍ରବଳ ଉତ୍ସାହ ଓ ସମର୍ଥନ ଦେଖିବାକୁ ମିଳିଥିଲା ଯାହାକି ଜନସାଧାରଣଙ୍କ ଭିତରେ ଥିବା ରାଷ୍ଟ୍ରପ୍ରେମ ଓ ଜାତୀୟତାବାଦକୁ ପ୍ରମାଣିତ କରିଥିଲା l ଏହି ଅବସରରେ ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ବିଜେପି ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ ଜିଲ୍ଲା, ମଣ୍ଡଳ ଓ ୱାର୍ଡ ସ୍ତରର କାର୍ଯ୍ୟକର୍ତ୍ତା ଏବଂ ବହୁ ସଂଖ୍ୟାରେ ସାଧାରଣ ଲୋକମାନେ ଏହି ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ l

Spread the love