ଆକାଶ ପାଠକଙ୍କୁ ଜାମିନ୍

କଟକ ୨୫।୬: ଆକାଶ ପାଠକଙ୍କୁ ମିଳିଲା ଜାମିନ୍ । ସର୍ତ୍ତମୂଳକ ଜାମିନ୍ ପ୍ରଦାନ କଲେ ହାଇକୋର୍ଟ । ଟାଟା କମ୍ପାନୀରେ ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ ଆକାଶ ପାଠକ । ଦୀର୍ଘ ୬ମାସ ପରେ ଜେଲ୍‌ରୁ ମୁକୁଳିବେ ଆକାଶ ପାଠକ ।

କିଛି ଦିନ ତଳେ ଆକାଶ ପାଠକଙ୍କ ବାପା ତଥା ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ଜାମିନ୍ ମିଳିଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ନଭେମ୍ବର ମାସ ୨୭ ତାରିଖରେ ଅଭୟକାନ୍ତ ପାଠକ ଗିରଫ ହୋଇଥିଲେ । ହାଇକୋର୍ଟ ତାଙ୍କୁ ମଧ୍ୟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ । ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ । ଫଳରେ ସେ ଦୀର୍ଘ ୬ମାସ ପରେ ଜେଲ୍‌ରୁ ମୁକୁଳିଥିଲେ । ତାଙ୍କ ବିରୋଧରେ ଥିବା ସମସ୍ତ ୩ ମାମଲାରେ ସେ ଜାମିନ୍ ପାଇବା ପରେ ଜେଲ୍‌ରୁ ମୁକୁଳିଥିଲେ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଆଇଏଫଏସ ଅଭୟ ପାଠକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ପରେ ତାଙ୍କ ପୁଅ ଆକାଶଙ୍କ କେଳେଙ୍କାରୀ ଧରାପଡିଯାଇଥିଲା । ଟାଟା କମ୍ପାନୀରେ ଚାକିରୀ କରାଇଦେବା ନାଁରେ ଠକେଇ ଅଭିଯୋଗରେ ଆକାଶଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିଲା । ଏବେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ପାଠକ ବାପା-ପୁଅଙ୍କ ସହ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଜେଲ୍‌କୁ ମୁକୁଳିସାରିଛନ୍ତି ।

Spread the love