ଆଲିଆ-ରଣବୀରଙ୍କ ବାହାଘର ଭୋଜି ହେବନାହିଁ!

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ହୋଇ ସାରିଛି। ଦୁଇଜଣ ପତି-ପତ୍ନୀ ହୋଇ ସାରିଛନ୍ତି। ବିବାହ ପରେ ଦୁହେଁ ମିଡିଆ ସାମ୍ନାକୁ ଆସି ନିଜ େଓ୍ଵଡିଂ ଲୁକ୍‌ ଦେଖାଇଥିଲେ। ଏବେ ରଣବୀର ଓ ଆଲିଆ ଏକ ନୂଆ ଜୀବନ ଆରମ୍ଭ କରିବା ପାଇଁ ପୂରାପୂରି ପ୍ରସ୍ତୁତ ହୋଇଛନ୍ତି। ଗୁରୁବାର କପୁର ଓ ଭଟ୍ଟ ପରିବାର ପାଇଁ ଏକ ଖାସ୍‌ ଦିନ ଥିଲା। ଦୁଇ ପରିବାର ସବୁଦିନ ପାଇଁ ଏକ ହୋଇଥିଲେ। ବର୍ତ୍ତମାନ ଏହାରି ଭିତରେ ଖବର ରହିଛି ଯେ ରଣବୀର ଓ ଆଲିଆଙ୍କ େଓ୍ଵଡିଂ ରିସେପ୍ସନ ହେବ ନାହିଁ। ଏହି କଥା ଖୋଦ୍‌ ନୀତୁ କପୁର କନଫର୍ମ କରି ଦେଇଛନ୍ତି।

ବିବାହର ସମସ୍ତ ରୀତିନୀତି ଶେଷ ହେବା ପରେ ନୀତୁ କପୁର ଝିଅ ରିଦ୍ଧିମା ଓ ଜ୍ୱାଇଁ ଭରତ ସାହନୀଙ୍କ ସହିତ ମିଡିଆ ସାମ୍ନାକୁ ଆସିଥିଲେ। ସେମାନେ ପାପାରାଜିକୁ ଧନ୍ୟବାଦ ଜଣାଇଥିଲେ ଏବଂ ଆଲିଆ ଓ ରଣବୀରକୁ ବହୁତ ଭଲ ପାଇବା ଦେଇଥିଲେ। ଏହି ସମୟରେ ଯେତେ ବେଳେ ବିବାହର ରିସେପ୍ସନ ପାର୍ଟି ବିଷୟରେ ସେମାନଙ୍କୁ ପ୍ରଶ୍ନ ପଚରା ଯାଇଥିଲା ତ ସେମାନେ ସ୍ପଷ୍ଟ କରିଥିଲେ ଯେ କୌଣସି ରିସେପ୍ସନ ହେବ ନାହିଁ। ନୀତୁ କହିଥିଲେ, ‘ସବୁକିଛି ହୋଇଗଲା ଏବଂ ଏବେ ଆପଣ ଘରକୁ ଯାଇ ଶୋଇ ଯାଆନ୍ତୁ’।

ଯେବେଠାରୁ ‘ବାସ୍ତୁ’ରେ ବିବାହକୁ ନେଇ ତତ୍ପରତା ଦେଖା ଦେଇଥିଲା, ସେବେଠାରୁ ହିଁ ମିଡିଆ ସେଠାରେ ଡେରା ପକାଇ ରହିଥିଲା। ପ୍ରତିନିଧିମାନେ ଲଗାତାର ଫ୍ୟାନମାନଙ୍କୁ ସବୁ ଅପ୍‌ଡେଟ ଦେଇ ଚାଲିଥିଲେ ଏବଂ ବର-କନ୍ୟାଙ୍କର ଏକ ଝଲକ ପାଇବାକୁ ବ୍ୟଗ୍ର ଥିଲେ। ବିବାହ ପରେ ଆଲିଆ ଓ ରଣବୀର ଯେତେ ବେଳେ ମିଡିଆ ସାମ୍ନାକୁ ଆସିଲେ, ତ ସେମାନଙ୍କୁ ଦେଖି ମିଡିଆ ଏବଂ ଉପସ୍ଥିତ ଲୋକେ ଖୁସିରେ ଖୁବ୍‌ ହୋ ହଲ୍ଲା କରିଥିଲେ। ଏହି ସମୟରେ ଆଲିଆ ଭଟ୍ଟଙ୍କୁ ରଣବୀର କପୁର ସମସ୍ତଙ୍କ ସାମ୍ନାରେ ଉଠାଇ ଧରିଥିଲେ ଏବଂ ନିଜ ପ୍ରେମକୁ ପ୍ରକାଶ କରିଥିଲେ।

Spread the love