ନେତାଙ୍କ ଘରୁ ୭୦ ଲିଟର ବିଦେଶୀ ମଦ ଜବତ

ଚଣ୍ଡିଖୋଲ ୧୦।୨: ପଞ୍ଚାୟତ ନିର୍ବାଚନରେ ମଦ କାରବାରକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ସମୟରେ ଜଣେ ନେତାଙ୍କ ଘରୁ ମଦ ଜବତ କରିଛି ଜିଲ୍ଲା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ।

ସୂଚନାଯୋଗ୍ୟ ଯେ, ଯାଜପୁର ଏସପି ରାହୁଲ ପି.ଆରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପୋଲିସର ସ୍ଵତନ୍ତ୍ର ସ୍କ୍ବାର୍ଡ ବଡଚଣା ଥାନା ଅନ୍ତର୍ଗତ ଚଣ୍ଡିତଳ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଚିନ୍ମୟ ମହାନ୍ତିଙ୍କ ଘରେ ଚଢ଼ାଉ କରିଥିଲା । ସେଠାରେ ବେଆଇନ ଭାବେ ମହଜୁଦ ଥିବା ୮ପେଟି ବିଦେଶୀ ମଦ ଜବତ କରିଛି ସ୍ଵତନ୍ତ୍ର ସ୍କ୍ବାର୍ଡ । ଜବତ ମଦର ପରିମାଣ ୭୦ ଲିଟର ବୋଲି ଜଣାପଡିଛି । ଏହି ଚଢ଼ାଉ ସମୟରେ ସମ୍ପୃକ୍ତ ନେତା ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏନେଇ ବଡ଼ଚଣା ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ନିର୍ବାଚନ ସମୟରେ ଭୋଟରଙ୍କୁ ବାଣ୍ଟିବାକୁ ମଦ ଅଣାଯାଇଥିବା ନେଇ ଚର୍ଚ୍ଚା ହୋଇଛି ।

Spread the love