ଆମେରିକାରେ ଘୁର୍ଣ୍ଣିଝଡ ତାଣ୍ଡବ, ମୃତ୍ୟୁସଂଖ୍ୟା ୮୪କୁ ବୃଦ୍ଧି

ଟେନସି ୧୨/୧୨: ଆମେରିକାର କେଣ୍ଟକିରେ ଘୁର୍ଣ୍ଣିଝଡ ହେତୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହା ପ୍ରଭାବରେ ଏପର୍ଯ୍ୟନ୍ତ ୮୪ ଜଣଙ୍କର ମୃତ୍ୟୁ ହୋଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢି ପାରେ ବୋଲି ଅନୁମାନ କରାଯାଉଛି । ଆମେରିକାର ସମୁଦାୟ ୬ଟି ରାଜ୍ୟ ଏହି ଘୁର୍ଣ୍ଣିଝଡର ଶିକାର ହୋଇଛନ୍ତି । ଏବେବି ସେଠାରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । କେଣ୍ଟକି ରାଜ୍ୟପାଳ ଆଣ୍ଡି ବେଶିର କହିଛନ୍ତି ଯେ ଏହା ସବୁଠାରୁ ଭୟଙ୍କର ଘୂର୍ଣ୍ଣିବଳୟ ।

ଶୁକ୍ରବାର ରାତିରେ ଏହି ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଅନେକ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି ଯେ ଘୁର୍ଣ୍ଣିଝଡ଼ରେ ପ୍ରାଣ ହରାଇଥିବା ଲୋକଙ୍କୁ ସରକାର ସମ୍ପୂର୍ଣ୍ଣ ସାହାଯ୍ୟ କରାଯିବ । ସେ କହିଛନ୍ତି ଯେ ଆମେରିକାର ଇତିହାସରେ ଏହା ସବୁଠାରୁ ବିପଜ୍ଜନକ ଝଡ । ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଡେନ ସରକାର ଜରୁରୀକାଳୀନ ସହାୟତା ଯୋଗାଇଦେଇଛନ୍ତି ।

Spread the love