ତୁଟିବ ଆନ୍ଧ୍ର-ଓଡ଼ିଶା ବିବାଦ: ଦୁଇ ରାଜ୍ୟର ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ୱର: ଓଡ଼ିଶା ଓ ଆନ୍ଧ୍ରର ବିଭିନ୍ନ ସମସ୍ୟାର ହେବ ସମାଧାନ । ଏନେଇ ଏର ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ଏନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । କିଛି ଦିନ ତଳେ ଓଡ଼ିଶା ଆସି ଜଗନମୋହନ ରେଡ୍ଡି ଏ ବିଷୟରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । କମିଟିରେ ରାଜ୍ୟର ବରିଷ୍ଠ ଅଧିକାରୀ ମାନେ ସଦସ୍ୟ ଅଛନ୍ତି ।

ଏହି ଉଚ୍ଚ ସ୍ତରୀୟ କମିଟିରେ ଅଧ୍ୟକ୍ଷ ଅଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟ ଉନ୍ନୟନ କମିଶନର । ସଦସ୍ୟ ଅଛନ୍ତି ଅତିରିକ୍ତ ମୁଖ୍ୟ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମଧ୍ୟ ସଦସ୍ୟ ଅଛନ୍ତି ।  ଏହି କମିଟି ଗୋଷଣା ହୋଇଥିବା ନେଇ  ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ । ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୮ଜଣ ସଦସ୍ୟ ରହିବେ ।

Spread the love