ଆଓ ଟିଭିରେ “ଭକ୍ତ ସାଲବେଗ”

ପବିତ୍ର ରଥଯାତ୍ରାକୁ ଆଖିରେ ରଖି ଆଓ ଟିଭି ପକ୍ଷରୁ ଦାଢ୍ୟତା ଭକ୍ତି ଉପରେ ଆଧାରିତ ଐତିହାସିକ ଓଡ଼ିଆ ଚଳଚ୍ଚିତ୍ର ‘ଭକ୍ତ ସାଲବେଗ’ର ଷ୍ଟ୍ରିମିଂ କରାଯାଇଛି । ଅତଏବ ‘ଭକ୍ତ ସାଲବେଗ’ ଏବେ ଆଓ ଟିଭିର ଓଟିଟି ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ, ଯାହାକୁ ଦର୍ଶକ ଆଓ ଟିଭି ଓ୍ୱେବ୍‌ ଆପ୍‌ ମାଧ୍ୟମରେ ଦେଖିପାରିବେ । ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଏହାଠୁ ବଡ଼ ଖୁସି ଖବର ଆଉ କ’ଣ ହୋଇପାରେ ! ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଦେଖିବାର କୌଣସି ସାଧନ ନଥିବା ବେଳେ ଆଓ ଟିଭି ଦର୍ଶକଙ୍କ ପାଇଁ ଆଣିଦେଇଛି ଏଇ ଅପୂର୍ବ ସୁଯୋଗ । ପୂର୍ବରୁ ‘ଦଣ୍ଡାବାଳୁଙ୍ଗା’, ‘ମା ଓ ମମତା’, ‘ସୂର୍ଯ୍ୟମୁଖୀ’, ‘ରକ୍ତଗୋଲାପ’ ଓ ‘ଫୁଲଚନ୍ଦନ’ ପରି ଅନେକଗୁଡ଼ିଏ ସଫଳ ଓଡ଼ିଆ ଚଳଚ୍ଚିତ୍ରର ଷ୍ଟ୍ରିମିଂ ହୋଇ ସାରିଥିବା ବେଳେ ଏହି ତାଲିକାରେ ଯୋଡ଼ି ହୋଇଛି ଐତିହାସିକ ଚଳଚ୍ଚିତ୍ର ‘ଭକ୍ତ ସାଲବେଗ’ । ପବିତ୍ର ରଥଯାତ୍ରା ଅବସରରେ ଭକ୍ତ ଓ ଭାବଗ୍ରାହୀଙ୍କ ଭାବାବେଗ ସହିତ ଜଡ଼ିତ ଐତିହାସିକ ଚଳଚ୍ଚିତ୍ର ‘ଭକ୍ତ ସାଲବେଗ’ ଓ୍ୱାର୍ଲ୍ଡ ଡିଜିଟାଲ ପ୍ରିମିୟର ହୋଇଥିଲା । ଚଳଚ୍ଚିତ୍ରର ନାୟକ ତଥା ସୁପରଷ୍ଟାର ଉତ୍ତମ ମହାନ୍ତି ବଟନ ଦବାଇ ଚଳଚ୍ଚିତ୍ରର ଡିଜିଟାଲ ଷ୍ଟ୍ରିମିଂ ବା ପ୍ରଦର୍ଶନର ଶୁଭାରମ୍ଭ କରିଥିଲେ ।

ଏହି ଶୁଭ ଅବସରରେ କୌସ୍ତୁଭ ଡ୍ରମ୍‌ ଓ୍ୱାର୍କ୍‌ସର ସିଇଓ ତଥା ଆଓ ଟିଭିର ପରିଚାଳନା ନିର୍ଦ୍ଦେଶକ କୌଶିକ ଦାସ, ଭାଇସ୍‌ ପ୍ରେସିଡେଂଟ ସିଦ୍ଧାର୍ଥ ମହାପାତ୍ର, ଚିଫ୍‌ କ୍ରିଏଟିଭ୍‌ ଅଫିସର ରଞ୍ଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଆଓ ଟିଭି ଏମିତି ଏକ ଏକକ ଓଟିଟି ପ୍ଲାଟଫର୍ମ ଯେଉଁଠି ବିଶ୍ୱବ୍ୟାପୀ କୋଟି କୋଟି ଓଡ଼ିଆ ଦର୍ଶକ ଦେଖିପାରୁଛନ୍ତି ନୂଆ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ସାଙ୍ଗକୁ କ୍ଷୁଦ୍ର ସିନେମା, ଆଓ ଓରିଜିନାଲ୍‌ ଓ୍ୱେବ୍‌ ସିରିଜ୍‌, ମ୍ୟୁଜିକ୍‌ ଆଲବମ୍‌ ଓ ଛୋଟ ପିଲାଙ୍କ ଲାଗି ଉଦ୍ଦିଷ୍ଟ ଶିକ୍ଷଣୀୟ କାର୍ଟୁନ୍‌ ସୋ’ । ଆଣ୍ଡ୍ରଏଡ୍‌ ମୋବାଇଲ୍‌ ପ୍ଲେ ଷ୍ଟୋର୍‌ରୁ ଆଓ ଟିଭି ଆପ୍‌ ଡାଉନ୍‌ଲୋଡ୍‌ କରି ଦର୍ଶକ ହାତପାଆନ୍ତାରେ ପାଉଛନ୍ତି ମନୋରଞ୍ଜନର ଡେଲି ଡୋଜ୍‌ । ଓଡ଼ିଶାର ଏହି ପ୍ରଥମ ସ୍ୱାଧୀନ ଓ୍ୱେବ୍‌ ଆପ୍‌ ଖୁବ୍‌ ଅଳ୍ପ ଦିନ ଭିତରେ ଲୋକପ୍ରିୟତା ହାସଲ କରିବା ସହିତ ଦେଶ ବିଦେଶରେ ଥିବା କୋଟି କୋଟି ଓଡ଼ିଆଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନନେଇପାରିଛି ଏବଂ ଓଡ଼ିଆ ମନୋରଞ୍ଜନ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।

ଏହାବ୍ୟତୀତ ଆଗକୁ ଷ୍ଟ୍ରିମିଂ ଅପେକ୍ଷାରେ ରହିଛି ‘ଆୟୁଷ୍ମାନ ମସ୍ତରାମ’, ‘ଲେଡିଜ୍‌ ହଷ୍ଟେଲ’ ଓ ‘କ୍ଲବ୍‌ ୬୯’ ପରି ଅଭିନବ କାହାଣୀ ଆଧାରିତ ଓ୍ୱେବସିରିଜ ସବୁ । ଆପଣ ଆଓ ଟିଭି ଆପ୍‌ ସବସ୍କ୍ରାଇବ୍‌ କରି ଘରେ ବସି ଏହି ସବୁ ଚଳଚ୍ଚିତ୍ର ଓ ଓ୍ୱେବସିରିଜ ଗୁଡ଼ିକର ମଜା ନେଇପାରିବେ ।

Spread the love