ପଞ୍ଜାବରେ ମାଗଣା ବିଜୁଳି ଦେବେ ଆପ୍‌ ସରକାର

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ସମୟରେ ଆପ୍‌ ସରକାର ପଞ୍ଜାବରେ ସରକାର ଗଢ଼ିଲେ ପ୍ରତ୍ୟେକ ଘରକୁ ମାଗଣା ବିଦ୍ୟୁତ୍‌ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା । ଯାହା ବର୍ତ୍ତମାନ ପୂରଣ କରିଛନ୍ତି । ରାଜଧାନୀ ନୂଆଦିଲ୍ଲୀ ପରେ ପଞ୍ଜାବରେ ମାଗଣା ବିଜୁଳି ଘୋଷଣା କରିଛନ୍ତି ଆପ୍‌ ସରକାର । ପ୍ରତିଟି ଘରକୁ ୩ଶହ ୟୁନିଟ୍‌ ମାଗଣା ବିଜୁଳି ଯୋଗାଇବାକୁ ସରକାର ଘୋଷଣା କରିଥିବା ବେଳେ ଏହାର ଲାଭ ଉଠାଇବେ ପଞ୍ଜାବବାସୀ । ଜୁଲାଇ ୧ରୁ ପ୍ରତି ଘରକୁ ବିଜୁଳି ଯୋଗାଇବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଯାହାଦ୍ବାରା ପଞ୍ଜାବବାସୀ ଉପକୃତ ହୋଇପାରିବେ ।

Spread the love