ଆରାଧ୍ୟ ଚାରିଟେବଲ ଟ୍ରଷ୍ଟ ତରଫରୁ ବାସହୀନ ମାନଙ୍କୁ କମ୍ବଳ ବଣ୍ଟନ

ଆରାଧ୍ୟ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ରବିବାର ରାତିରେ ରାଜମହଲ ଏବଂ ମାଷ୍ଟର କ୍ୟାଣ୍ଟିନ ଠାରେ ବାସ ହୀନ ଲୋକ ମାନଙ୍କୁ କମ୍ବଳ ବଣ୍ଟନ କରା ଯାଇଥିଲା । ଶୀତ ରାତିରେ ଶୀତ ବସ୍ତ୍ର ଆବଶ୍ୟକ କରୁଥିବା ବୃଦ୍ଧ, ବୃଦ୍ଧା ତଥା ବାସହୀନ ମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟରେ ଟ୍ରଷ୍ଟର ଅଧ୍ୟକ୍ଷା ସାଗରିକା ଶତପଥୀଙ୍କ ଅଧ୍ୟକ୍ଷତାରେ ଉକ୍ତ ଟ୍ରଷ୍ଟର ସଭ୍ୟା ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ, ମାନସୀ ଦେବୀ ଏବଂ ଶ୍ରୀମା ଶତପଥୀଙ୍କ ସମେତ ଟ୍ରଷ୍ଟର ସଭ୍ୟ ସଂଗ୍ରାମ ପାତ୍ର, ଦିଗାମ୍ବର ସ୍ୱାଇଁ, ଜିତେନ୍ଦ୍ର ଦାଶ, ଶୋଭନ କୁମାର ଦାଶ ଆଦି ସାହାଯ୍ୟ କରିଥିଲେ।

ବର୍ତ୍ତମାନର ଯୁବପୀଢ଼ିଙ୍କ ଭିତରେ ସେବା ମନୋଭାବ ଜାଗ୍ରତ ତଥା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ହିଁ ଟ୍ରଷ୍ଟର ମୂଳ ଲକ୍ଷ୍ୟ ବୋଲି ଟ୍ରଷ୍ଟର ଅଧ୍ୟକ୍ଷା ସାଗରିକା ଶତପଥୀ କହିଛନ୍ତି। ତେବେ ଆଗକୁ ମଧ୍ୟ ଏପରି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସେ କହିଛନ୍ତି।

Spread the love