ବାସନ ଦୋକାନରୁ କଂସା ବାସନ ଚୋରି, ୩ ଚୋରକୁ ବାନ୍ଧିଲା ପୋଲିସ

ପାଟଣା ୧୫।୧୨: କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ତିନି ଜଣ ବାସନ ଚୋରକୁ ବୁଧବାର ଗିରଫ କରିଛି। ସୁଜିତ ରାମଙ୍କ ସଅଁରାପଶି ସ୍ଥିତ ଘରେ ଥିବା ବାସନ ଦୋକାନରୁ  କଂସା ବାସନ ଚୋରି ଅଭିଯୋଗରେ ଆଜି  ୩ ଚୋରଙ୍କୁ ଗିରଫ କରି  କୋର୍ଟ ଚାଲଣ କରିଛି ପୋଲିସ । ଗିରଫ ବ୍ୟକ୍ତି ହେଉଛନ୍ତି ବଡ଼ ପାଟଣା ଗ୍ରାମର ସୁଶାନ୍ତ କାରୁଆ, ବିନ୍ଦ କାରୁଆ ଓ ଟିକାୟତ ପାଟଣା ଗ୍ରାମର ଜୟଚନ୍ଦ୍ର ସାହୁ । ସୁଶାନ୍ତ ଓ ବିନ୍ଦ କଂସା ବାସନ ଚୋରି କରିଥିବା ବେଳେ  ଜୟ ଚନ୍ଦ୍ର ଚୋରି ସାମଗ୍ରୀକୁ କିଣି ଘରେ ରଖି ଥିବା ଅଭିଯୋଗ ହୋଇଥିଲା। ଏନେଇ ପାଟଣା ଥାନା ରେ ୨୩୭/୨୧ରେ ଏକ ମାମଲା ରୁଜୁ କରି  ୪୫୭, ୩୮୦, ୪୧୧, ୩୪ ଆଇ,ପି,ସି ରେ ୩ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି।

Spread the love