୧୫ ଲକ୍ଷ ୩୦ହଜାର ଟଙ୍କାର ଧଳା ଜହର ଜବତ, ଅଭିଯୁକ୍ତ ଗିରଫ

ପୁରୀ:  ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ବେରାବୋଇରୁ ଜବତ ହେଲା ୧୫ ଲକ୍ଷ ୩୦ହଜାର ଟଙ୍କାର ବ୍ରାଉନ ସୁଗାର। ଗିରଫ ଅଭିଯୁକ୍ତଜଣକ ହେଉଛି ରାଜକିଶୋର ବେହେରା। ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ  ମୋବାଇଲ ସ୍କ୍ୱାର୍ଡର ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଡେଲାଙ୍ଗ ଥାନା ଅଧୀନ ବେରାବୋଇରେ ଚଢ଼ାଉ କରିଥିଲା। ଏଥିସହ ବ୍ରାଉନ ସୁଗାର ବେପାରୀ ରାଜକିଶୋର ବେହେରାକୁ ଗିରଫ କରିବା ସହ ତାଠାରୁ ୧୫୩ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ।

କେସ ନଂ- 47/22-23 ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ପୁରୀ କାରଗାରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୧୫ ଲକ୍ଷ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଶୀଧେଶ୍ବର ମଲ୍ଲିକ, ASI  ସୁବାଷ ଚନ୍ଦ୍ର ମହାପାତ୍ର, ଗୀତାଞ୍ଜଳି ବେହେରା, ଏବଂ କର୍ମଚାରୀ ପ୍ରଦୀପ୍ତ ପଣ୍ଡା, ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ।

Spread the love