ସିନ୍ଧେକେଲାରୁ ୨୯ ଦାଦନ ଉଦ୍ଧାର, ସର୍ଦ୍ଦାର ଗିରଫ

ହାଇଦ୍ରାବାଦକୁ ଚାଲାଣ କରାଯାଉଥିବା ୨୯ ଜଣ ଦାଦନ ଶ୍ରମିକଙ୍କୁ ସେମାବାର ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲାରୁ ପୁଲିସ ଉଦ୍ଧାର କରିଛି। ସେମାନଙ୍କୁ ଚାଲାଣ କରୁଥିବା ସର୍ଦ୍ଦାର ବଙ୍ଗୋମୁଣ୍ଡା ଥାନା ଡଙ୍ଗରପଡ଼ା ଗାଁର ପୀତବାସ ସିନ୍ଦୁରକୁ ଗିରଫ କରିଛି। ଉଦ୍ଧାର ଶ୍ରମିକମାନେ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ କୁହୁରା ଗ୍ରାମର ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୬ ଜଣ ଶିଶୁ, ୯ ଜଣ ମହିଳା ଏବଂ ୧୪ ଜଣ ପୁରୁଷ ରହିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ହାଇଦ୍ରାବାଦର ଏକ ଇଟାଭାଟିକୁ ଚାଲାଣ ପାଇଁ ୩ଟି ଅଟୋରେ କଣ୍ଟାବାଞ୍ଜିକୁ ନିଆଯାଉଥିଲା। ସିନ୍ଧେକେଲା ଥାନା ପୁଲିସ ସନ୍ଦେହରେ ଅଟକାଇ ପଚରା ଉଚୁରା କରିବାରୁ ଦାଦନ ଚାଲାଣ ସଂପର୍କରେ ଜାଣିପାରିଥିଲା। ଏନେଇ ପୁଲିସ କେସ୍‌ ନଂ ୧୪୬/୨୦ରେ ମାମଲା ରୁଜୁ କରି ଉଦ୍ଧାର ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇଛି।

Spread the love