ରାଜଧାନୀରୁ ୪ ଲୁଟେରା ଗିରଫ, ୮୦ ଗ୍ରାମ୍ ସୁନା ଅଳଙ୍କାର ଜବତ

ଲୁଟତରାଜ ଅଭିଯୋଗରେ ରାଜଧାନୀରୁ ଗିରଫ ହେଲେ ଲୁଟେରା । ଭୁବନେଶ୍ବରରୁ ୪ ଜଣ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍ । ଗିରଫ ଲୁଟେରାମାନଙ୍କଠାରୁ ୩ଟି ଚୋରା ବାଇକ୍, ୮୦ ଗ୍ରାମ୍‌ ସୁନା ଅଳଙ୍କାର ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ରାଜଧାନୀ ଭୁବନେଶ୍ବରରେ ଏକ ଲୁଟେରା ଗ୍ୟାଙ୍ଗ୍ ଲୁଟତରାଜ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଏହି ଗ୍ୟାଙ୍ଗ୍ କୁ ଧରିବାକୁ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍ ବିଭିନ୍ନ ସ୍ଥାନରେ ଛାନଭିନ୍ ଚଳାଇଥିଲା । ତେବେ ବୁଧବାର ଏହି ଗ୍ୟାଙ୍ଗ୍ ର ୪ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି । ଗିରଫ ଲୁଟେରାମାନଙ୍କଠାରୁ ୩ଟି ଚୋରା ବାଇକ୍, ୮୦ ଗ୍ରାମ୍‌ ସୁନା ଅଳଙ୍କାର ଜବତ ହୋଇଛି । ଏମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଲୁଟତରାଜ ଚଳାଇଥିଲେ । ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Spread the love